ଶ୍ରୀଲଙ୍କା କିମ୍ବା ୟୁଏଇରେ ଖେଳାଯିବ ଏସିଆ କପ୍

କରାଚି: ଏସିଆ କପ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟର ଚଳିତ ସଂସ୍କରଣ ଶ୍ରୀଲଙ୍କା କିମ୍ବା ୟୁଏଇରେ ଖେଳାଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିିସିବି)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ୱାସିମ୍‌ ଖାନ୍‌।ସୂଚନାଥାଉକି ଏସିଆ କପ୍‌ର ଚଳିତ ସଂସ୍କରଣ ଆୟୋଜନ ପାଇଁ ପିସିବି ଅଧିକାର ପାଇଛି। ପ୍ରଥମେ ଏସିଆ କପ୍‌ ପାକିସ୍ତାନରେ ଆୟୋଜନ ପାଇଁ ପିସିବି ମନସ୍ଥ କରିଥିଲା। ତେବେ ପାକିସ୍ତାନରେ ଏସିଆ କପ୍‌ ଆୟୋଜିତ ହେଲେ ଭାରତୀୟ କ୍ରିକେଟ୍‌ ଦଳ ଏଥିରେ ଭାଗ ନେବ ନାହିଁ ବୋଲି ହୃଦୟଙ୍ଗମ କରିବା ପ​‌ରେ ପିସିବି ଏହାକୁ ଅନ୍ୟ ଦେଶରେ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲା।ଅନ୍ୟପକ୍ଷରେ କରୋନା ସଂକ୍ରମଣଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏସିଆ କପ୍‌ର ଚଳିତ ସଂସ୍କରଣ ଆୟୋଜନ ନେଇ ମଧ୍ୟ କେତେକ ମହଲରେ ଆଶଙ୍କା ପ୍ରକାଶ ପାଇଥିଲା। ତେବେ ଚଳିତବର୍ଷ ଏସିଆ କପ୍‌ ନିଶ୍ଚିତ ଭାବେ ଆୟୋଜିତ ହେବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ପିିିସିବି ସିଇଓ ୱାସିମ୍‌ ଖାନ୍‌। ପାକିସ୍ତାନ ଦଳ ସେପ୍ଟେମ୍ବର ୨ରେ ଇଂଲଣ୍ଡ ଗସ୍ତରୁ ସ୍ବଦେଶ ଫେରିବ। ତେଣୁ ସେପ୍ଟେମ୍ବର-ଅକ୍ଟୋବର ମଧ୍ୟରେ ଏସିଆ କପ୍‌ ଆୟୋଜନ ପାଇଁ ପିସିବି ଯୋଜନା କରୁଥିବା ୱାସିମ୍‌ କହିଛନ୍ତି। ଶ୍ରୀଲଙ୍କାରେ କରୋନା ସଂକ୍ରମଣ କମ୍‌ ରହିଥିବାରୁ ସେଠାରେ ଏସିଆ କପ୍‌ ଆୟୋଜନ ପାଇଁ ପିସିବି ଆଶା ରଖିଛି। ଯଦି ଶ୍ରୀଲଙ୍କାରେ ଏସିଆ କପ୍‌ ଆୟୋଜିତ ହୋଇନପାରେ ତେବେ ୟୁଏଇରେ ଏସିଆ କପ୍‌ ଆୟୋଜିତ ହେବ ବୋଲି ସେ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *