ଲୋକଙ୍କୁ ୧ କୋଟି ମାସ୍କ୍ ବାଣ୍ଟିବେ ହରିୟାଣା ସରକାର

ଚଣ୍ଡିଗଡ଼ : ସଂପ୍ରତି ରାଜ୍ୟରେ କରୋନା ସ୍ଥିତି ଜଟିଳ ହୋଇପଡିଥିବା ପରିପ୍ରେକ୍ଷୀରେ ହରିୟାଣା ସରକାର ଲୋକଙ୍କୁ ମାଗଣାରେ ୧ କୋଟି ମାସ୍କ୍ ବଣ୍ଟନ କରିବେ ବୋଲି ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଏଠାରେ ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି । ଲୋକଙ୍କ ମଧ୍ୟରେ କରୋନାକୁ ନେଇ ଜନସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଉଥିବା ସେ କହିଛନ୍ତି । ପ୍ରତ୍ୟେକ ବ୍ୟକ୍ତି ନିଜ ପାଖରେ ଅତିକମରେ ୪/୫ଟି ମାସ୍କ୍ ରଖିବେ ଏବଂ ଆବଶ୍ୟକ ସ୍ଥଳେ ମାସ୍କ୍ ପିନ୍ଧିନଥିବା ବ୍ୟକ୍ତିଙ୍କୁ ସେମାନେ ଗୋଟିଏ ମାସ୍କ୍ ଦେବାକୁ ଖଟ୍ଟର ଅନୁରୋଧ କରିଛନ୍ତି । ରାଜ୍ୟରେ ଲକ୍‌ଡାଉନ ପୁଣି ଲାଗୁ ହେବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ସର୍ବସାଧାରଣ ସ୍ଥାନରେ କୋଭିଡ୍ ନିୟମ ଉଳ୍ଲଘଂନକାରୀଙ୍କୁ ୫୦୦ ଟଙ୍କା ଜୋରିମାନାରେ ଦଣ୍ଡିତ କରାଯିବ ବୋଲି ରାଜ୍ୟ ସରକାର ଇତିମଧ୍ୟରେ ନିଷ୍ପତ୍ତି ନେଇଛନ୍ତି ।

Spread the love