ଲଭ୍ ଜିହାଦ ବିଲ୍ ଗୃହୀତ

ଲୌକ୍ଷ୍ନ : ଉତରପ୍ରଦଶେ ସରକାର ବିଧାନସଭାରେ ଆଗତ କରିଥିବା ଲଭ ଜିହାଦ ବିଲ୍‌କୁ ଗୃହୀତ କରାଇବା ପର୍ବୂରୁ ଏକ ଅଧ୍ୟାଦେଶ ଆଣିଛନ୍ତି । ଉତର ପ୍ରଦେଶରେ ସଂଖ୍ୟାଲଘୁ ସଂପ୍ରାଦୟର ଯୁବକମାନେ ମିଥ୍ୟା ପ୍ରେମ ଜାଲରେ ଫସାଇ ହିନ୍ଦୁ ଯୁବତୀ ମାନଙ୍କୁ ବିବାହ କରିବାପରେ ସେମାନଙ୍କୁ ଧର୍ମ ପରିର୍ବତନ କରିବାପାଇଁ ବାଧ୍ୟ କରୁଥିବାର ପ୍ରମାଣ ସରକାରଙ୍କ ନିକଟରେ ପହଂଚିବା ପରେ ଏଭଳି କଡା ଆଭିମୁଖ୍ୟ ନିଆଯାଇଛି । ହରିୟାଣା, ଆସାମ ସମେତ ଅନ୍ୟ କେତେକ ଭାଜପା ଶାସିତ ରାଜ୍ୟ ମଧ୍ୟ ଏଭଳି ଅଧ୍ୟାଦେଶ ଆଣିବେ ବୋଲି ଜଣାପଡିଛି ।

ଉତ୍ତରପ୍ରଦେଶ ସରକାର କହିଥିଲେ ଲଭ୍‌ ଜିହାଦ ଉପରେ ନୂଆ ନିୟମ ଆଣିବେ। ଯାହାଦ୍ବାରା ଲୋଭ, ଧମକ ଆଦି ଦେଇ ବିବାହ କରିବା ଘଟଣା କମ୍‌ ହୋଇପାରିବ। ସେପଟେ ଉତ୍ତରପ୍ରଦେଶ ମନ୍ତ୍ରୀ ସିଦ୍ଧାର୍ଥନାଥ ସିଂହ କହିଛନ୍ତି ଅଧ୍ୟାଦେଶ ଅନୁସାରେ ଧର୍ମ ପରିବର୍ତ୍ତନ ପାଇଁ ୧୫ ହଜାର ଟଙ୍କା ଜରିମାନା ସହ ୧-୫ ବର୍ଷ ଜେଲ୍‌ ଦଣ୍ଡ ଭୋଗିବାର ନିୟମ ରହିଛି । ଯଦି ଏସ୍‌ସି‌ ଓ ଏସ୍‌ଟି ନାବାଳିକା ବା ମହିଳାମାନଙ୍କ ସହ ଏଭଳି ଘଟଣା ଘଟେ ତେବେ ଦୋଷୀକୁ ୨୫ ହଜାର ଟଙ୍କା ଜରିମାନା ସହ ୩-୧୦ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ। ଏମିତି ଏକ ଅଧ୍ୟାଦେଶର ଆବଶ୍ୟକତା ପଡ଼ିବାର ମୁଖ୍ୟ କାରଣ ହେଉଛି କିଛି ଦିନ ଭିତରେ ଏଭଳି ୧୦୦ରୁ ଅଧିକ ମାମଲା ସାମ୍ନାକୁ ଆସିଥିଲା। ଯେଉଁଥିରେ ଜୋର ଜବରଦସ୍ତି ଧର୍ମ ପରିବର୍ତ୍ତନ କରାଯାଉଥିଲା। ସେଥିମଧ୍ୟରୁ  ଧୋକା ଓ ଧମକ ଦେଇ ଧର୍ମ ପରିବର୍ତ୍ତନ କରାଯାଉଥିଲା ବୋଲି ମନ୍ତ୍ରୀ କହିଛନ୍ତି। ତେବେ ଧର୍ମ ପରିବର୍ତ୍ତନ ପାଇଁ ରାଜି ଥିଲେ ଏନେଇ ଜିଲ୍ଲାପାଳଙ୍କୁ ଦୁଇ ମାସ ଆଗରୁ ଜଣାଇବାକୁ ପଡ଼ିବ। ଏହାର ଉଲ୍ଲଂଘନ କଲେ ୬ ମାସରୁ ୩ ବର୍ଷ ଜେଲ୍‌ ହେବାକୁ ଥିବା ବେଳେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ୍‌ ଦୋବକୁ ପଡ଼ିବ।

Spread the love