ଲଦାଖରେ ମାର୍କସ କମାଣ୍ଡୋ ମୁତୟନ କଲା ଭାରତ

ଲଦାଖ : ଲଦାଖ ସ୍ଥିତ ବାସ୍ତବ ନିୟନ୍ତ୍ରଣ ରେଖାରେ ଆଜକୁ ଦୀର୍ଘ ସାତ ମାସ ଧରି ଚୀନ ସହ ଯେଉଁ ସୀମା ବିବାଦର ସୂତ୍ରପାତ ହୋଇଛି, ସେହି ପରିପ୍ରେକ୍ଷୀରେ ଭାରତ ପକ୍ଷରୁ ପୂର୍ବ ଲଦାଖର ପାଙ୍ଗ୍‌ଗଙ୍ଗ୍ ହ୍ରଦ ନିକଟରେ ନୌବାହିନୀର ମାର୍କସ କମାଣ୍ଡୋଙ୍କୁ ମୁତୟନ କରାଯାଇଛି । ସୀମା ବିବାଦ ଆରମ୍ଭ ହେବା ଦିନଠାରୁ ସେହି ଅଞ୍ଚଳରେ ଭାରତୀୟ ବାୟୁସେନାର ଗରୁଡ କମାଣ୍ଡୋ ବାହିନୀ ଓ ସ୍ଥଳସେନାର ପାରା ସ୍ପେଶାଲ ବାହିନୀଙ୍କୁ ମୁତୟନ କରାଯାଇସାରିଛି । ପ୍ରବଳ ଶୀତ ଓ ଅତ୍ୟଧିକ ପ୍ରତିକୂଳ ପରିସ୍ଥିତିରେ ଶତ୍ରୁପକ୍ଷର ଉଚିତ ମୁକାବିଲା କରିବାରେ ଏହି ନୌସେନା କମାଣ୍ଡୋ ବାହିନୀ କେତେଦୂର ସକ୍ଷମ ହେଉଛନ୍ତି, ତାହା ପରଖିବାକୁ ଏବଂ ଏହି ସ୍ୱତନ୍ତ୍ର କମାଣ୍ଡୋଙ୍କ ଅଭିଜ୍ଞତା ସ୍ତରକୁ ବୃଦ୍ଧି କରିବା ଲକ୍ଷ୍ୟରେ ପ୍ରତିରକ୍ଷା ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଚଳିବର୍ଷ ଏପ୍ରିଲ-ମେ’ ରୁ ପାଙ୍ଗ୍‌ଗଙ୍ଗ୍ ହ୍ରଦ ଭାରତ-ଚୀନ ମଧ୍ୟରେ ବିବାଦର କେନ୍ଦ୍ରବିନ୍ଦୁ ପାଲଟିଛି । ଏହି ହ୍ରଦର କିଛି ଅଂଶ ଭାରତ କବ୍‌ଜାରେ ଥିବାବେଳେ ଅବଶିଷ୍ଟାଂଶ ଚୀନ ଦଖଲରେ ରହିଛି । ତେବେ ଉକ୍ତ ଅଞ୍ଚଳରେ ନିଜର ଆଧିପତ୍ୟ ବିସ୍ତାର ଲକ୍ଷ୍ୟରେ ଚୀନ ପାଙ୍ଗ୍‌ଗଙ୍ଗ୍ ହ୍ରଦକୁ ସମ୍ପୂର୍ଣ୍ଣ ଅକ୍ତିଆର କରିବାକୁ ଚକ୍ରାନ୍ତ ଚଳାଇ ଆସୁଛି ।


ପାଙ୍ଗ୍‌ଗଙ୍ଗ୍ ହ୍ରଦରେ ପାଟ୍ରୋଲିଂ କାର୍ଯ୍ୟ ସମ୍ପାଦନ ନିମନ୍ତେ ମାର୍କସ କମାଣ୍ଡୋଙ୍କୁ ଅତ୍ୟାଧୁନିକ ବୋଟ୍ ଯୋଗାଇ ଦିଆଯିବ ବୋଲି ଜଣାପଡିଛି । ପୂର୍ବରୁ ସ୍ଥଳସେନାର ପାରା ସ୍ପେଶାଲ ବାହିନୀ ଓ କ୍ୟାବିନେଟ ସେକ୍ରେଟାରିଏଟ୍‌ର ସ୍ପେଶାଲ ଫ୍ରଣ୍ଟିୟର ବାହିନୀ ମିଳିତଭାବେ ଏହି ହ୍ରଦରେ ପାଟ୍ରୋଲିଂ ଦାୟିତ୍ୱ ନିର୍ବାହ କରିଆସୁଛନ୍ତି । ଅପରପକ୍ଷରେ ବାସ୍ତବ ନିୟନ୍ତ୍ରଣ ରେଖାରେ ଥିବା ପର୍ବତ ଶିଖରଗୁଡିକର ସୁରକ୍ଷା ଦାୟିତ୍ୱରେ ଗରୁଡ କମାଣ୍ଡୋ ବାହିନୀକୁ ନିୟୋଜିତ କରାଯାଇଛି । ଶତ୍ରୁପକ୍ଷର କୌଣସି ଯୁଦ୍ଧବିମାନ ଯଦି ଏହି ଅଞ୍ଚଳରେ ଭାରତୀୟ ଆକାଶସୀମା ଉଲ୍ଲଘଂନ କରେ, ତାହାହେଲେ ସେଗୁଡିକୁ ମାରି ଖସାଇବାକୁ ଗରୁଡ କମାଣ୍ଡୋଙ୍କୁ ଇଗ୍‌ଲା ଏୟାର ଡିଫେନ୍ସ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଆଯାଇଛି । ଆଜକୁ ଛଅ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଏହି ସମ୍ବେଦନଶୀଳ ଅଞ୍ଚଳରେ ସ୍ଥଳ ଓ ବାୟୁସେନାର ସ୍ୱତନ୍ତ୍ର କମାଣ୍ଡୋଙ୍କୁ ମୁତୟନ କରାଯାଇଛି । ଏପରିକି ଗତ ଅଷ୍ଟ ୨୯-୩୦ରେ ପର୍ବତ ଶିଖରସ୍ଥିତ ଭାରତୀୟ ଶିବିରଗୁଡିକୁ କବ୍‌ଜା କରିଥିବା ଚୀନ ସୈନ୍ୟଙ୍କୁ ଏହି କମାଣ୍ଡୋ ବାହିନୀ ହଟାଇବାରେ ସଫଳ ହୋଇଥିଲେ । ନିୟନ୍ତ୍ରଣ ରେଖାର ଅପରପାଶ୍ୱର୍ରେ ମଧ୍ୟ ଚୀନ ତାହାର ସ୍ୱତନ୍ତ୍ର କମାଣ୍ଡୋଙ୍କୁ ମୁତୟନ କରିଛି ।ପୂର୍ବରୁ ଜମ୍ମୁ-କଶ୍ମୀରର ଉଲାର ହ୍ରଦରେ ଆତଙ୍କବାଦୀ କାର୍ଯ୍ୟର ମୁକାବିଲା କରିବାକୁ ସେଠାରେ ମାର୍କସ କମାଣ୍ଡୋ ମୁତୟନ ହୋଇଥିଲେ । ୨୦୧୬ ପଠାନକୋଟ ଆତଙ୍କବାଦୀ ଆକ୍ରମଣ ପରେ କଶ୍ମୀର ଘାଟୀରେ ବାୟୁସେନାର ଗରୁଡ କମାଣ୍ଡୋଙ୍କୁ ମୁତୟନ କରାଯାଇଛି । ଦୁର୍ଗମ ସ୍ଥାନରେ ପ୍ରତିକୂଳ ପାଣିପାଗ ସହ ନିଜକୁ ଖାପ୍ ଖୁଆଇ କିପରି ଶତ୍ରୁପକ୍ଷର ମୁକାବିଲା କରିହେବ, ସେହି ଅଭିଜ୍ଞତା ହାସଲ କରିବାକୁ ତତ୍କାଳୀନ ସ୍ଥଳସେନା ମୁଖ୍ୟ ତଥା ସଂପ୍ରତି ସିଡିଏସ (ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍‌) ଦାୟିତ୍ୱ ବହନ କରୁଥିବା ଜେନେରାଲ ବିପିନ ରାୱତଙ୍କ ନିର୍ଦେଶକ୍ରମେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଇଥିଲା । ସେହିଦିନଠାରୁ ଗରୁଡ ସ୍ପେଶାଲ କମାଣ୍ଡୋ ବାହିନୀ ନିଜର ଦକ୍ଷତା ପ୍ରତିପାଦନ କରିବା ସହ ଇତିମଧ୍ୟରେ ଗୋଟିଏ ଅଶୋକ ଚକ୍ର, ତିନିଟ ସୌର୍ଯ୍ୟ ଚକ୍ର ଓ ଏକାଧିକ ସେନା ପଦକ ହାସଲ କଲମ୍ବୋ,୨୮ା୧୧/ଏଜେନ୍ସି: ସାମୁଦ୍ରିକ କରିପାରିଛି ।

Spread the love