ରାୟଗଡ-ଗୁଣୁପୁର ସବ୍ ଜେଲରେ ୭୦ କଏଦୀ ଏବଂ ୫ କର୍ମଚାରୀ କରୋନାରେ ଆକ୍ରାନ୍ତ।

 

ରାୟାଗଡା: ରାୟଗଡା ଜିଲ୍ଲାର ଗୁଣୁପୁର ସବ୍‌-ଜେଲରେ ୭୦ ଜଣ କଏଦୀ ଏବଂ ପାଞ୍ଚ ଜଣ ଜେଲ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ଜେଲ ସୁପରିଟେଣ୍ଡେଣ୍ଟ ସୂଚନା ପ୍ରଦାନ କରିଛନ୍ତି।
ଜେଲ ସୁପରିଟେଣ୍ଡେଣ୍ଟ କହିଛନ୍ତି ଯେ ୧୧୩ ଅନ୍ତେବାସୀ ଏବଂ ସମସ୍ତ ଜେଲ କର୍ମଚାରୀଙ୍କ କରୋନା ଟେଷ୍ଟ ପାଇଁ ସ୍ବାବ ନିଆଯାଇଥିଲା। ରିପୋର୍ଟ ଅନୁଯାୟୀ ୭୦ ଜଣ ଅନ୍ତେବାସୀ ଏବଂ ୫ ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି।
କରୋନା ପଜିଟିଭ ଚିହ୍ନଟ ହୋଇଥିବା କଏଦୀଙ୍କୁ ପୃଥକ୍‌ ଭାବେ ଅଲଗା କୋଠରୀରେ ରଖାଯାଇଛି। ଏହାସହିତ ଜେଲକୁ ସାନିଟାଇଜ୍‌ କରାଯାଇଛି ଏବଂ ସଂକ୍ରମିତ ଅନ୍ତେବାସୀ ଓ କର୍ମଚାରୀଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତିଙ୍କ ଯାଞ୍ଚ ପକ୍ରିୟ ଜାରି ରହିଅଛି।

Spread the love
67