ରାଜ୍ୟରେ ୨୮୨ କରୋନା ପଜିଟିଭ, ମୋଟ୍ ସଂଖ୍ୟା ୫ ହଜାର ୭୦୦ ଟପିଲା

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ଭୟଙ୍କର ହେଉଛି କରୋନା ଭୂତାଣୁ । ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଓଡ଼ିଶାରେ ଆଜି ପୁଣି ୨୮୨ ଜଣ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ୫ ହଜାର ୭୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା  । ଏନେଇ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ  ଜଣ ୨୫୬ ସଂଗରୋଧ କେନ୍ଦ୍ରରୁ ଥିବା ବେଳେ ୨୬ ଜଣ ସ୍ଥାନୀୟ ଲୋକ। ନୂଆ ଆକ୍ରାନ୍ତ ଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୭୫୨ କୁ ବୃଦ୍ଧି ପାଇଛି।  ଆକ୍ରାନ୍ତଙ୍କ ମଧ୍ୟରୁ ୧୭୪୦ ଜଣ ଚିକିତ୍ସାଧୀନ ଥିବାବେଳେ ୩୯୮୮ ଜଣ ସୁସ୍ଥ ହୋଇଛନ୍ତି। କରୋନାରେ ୧୭ ଜଣଙ୍କ ମୃତ୍ୟୁ ଘଟିଛି।

Spread the love

Leave a Reply

Your email address will not be published. Required fields are marked *