ରାଜ୍ୟରେ ସୁସ୍ଥ ହେଲେ ସର୍ବାଧିକ ୨୪୩ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ମଙ୍ଗଳବାର ଆଉ ୨୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥ ହୋଇଥିବା ୨୪୩ଜଣଙ୍କ ମଧ୍ୟରେ ୧୮ଟି ଜିଲ୍ଲାର ବାସିନ୍ଦା ରହିଛନ୍ତି | ଫଳରେ ରାଜ୍ୟରେ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୫୧୮୯କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ କରି ଏହି ସୂଚନା ଦିଆଯାଇଛି।

ସୁସ୍ଥଙ୍କ ମଧ୍ୟରେ ଗଜପତିରୁ ସର୍ବାଧିକ ୫୯ଜଣ ସୁସ୍ଥ ହୋଇଛନ୍ତି | ସେହିଭଳି ଗଞ୍ଜାମରୁ ୪୧ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୩୮ଜଣ, କନ୍ଧମାଳରୁ ୧୭ଜଣ, ଝାରସୁଗୁଡାରୁ ୧୫ଜଣ, ସୁନ୍ଦରଗଡ଼ରୁ ୧୦ଜଣ, ଭଦ୍ରକ,ଯାଜପୁର ଏବଂ କେନ୍ଦ୍ରାପଡାରୁ ୮ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ କୋରାପୁଟରୁ ୭ଜଣ ସୁସ୍ଥ ହୋଇଥିବା ନେଇ ଟୁଇଟ କରି ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ | କରାଯାଇଥିବା ଟୁଇଟରେ ବରଗଡ଼ ଏବଂ ମୟୁରଭଞ୍ଜରୁ ୬ଜଣ ଲେଖାଏଁ ସୁସ୍ଥ ହୋଇଥିବା ନେଇ ସୂଚନା ଦିଆଯାଇଥିବା ବେଳେ ଜଗତସିଂହପୁରରୁ ୫ଜଣ, ବାଲେଶ୍ୱରରୁ ୨ଜଣ, କଳାହାଣ୍ଡିରୁ ଜଣେ ଏବଂ କଟକ, ମାଲକାନଗିରି ଏବଂ ନବରଙ୍ଗପୁରରୁ ୪ଜଣ ଲେଖାଏଁ ସୁସ୍ଥ ହୋଇଥିବା ନେଇ ସୂଚନା ଦିଆଯାଇଛି | ନୂତନ ସୁସ୍ଥ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ୫୧୮୯ଜଣ ସୁସ୍ଥ ହୋଇଥବା ସହ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦୬୫ ରହିଛି | ଏହା ସହ ଆଜି ରାଜ୍ୟରେ ୨ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେବା ପରେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୨୫ରେ ପହଞ୍ଚିଛି |

Spread the love

Leave a Reply

Your email address will not be published. Required fields are marked *