ରାଜ୍ୟରେ ପୁଣି ୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ବର : ରାଜ୍ୟରେ ରବିବାର କରୋନା ସଂକ୍ରମଣରେ ଆଉ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏହାସହ ରାଜ୍ୟରେ କରୋନା ସଂକ୍ରମଣରେ ମୋଟ୍ ମୃତ୍ୟୁ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରବିବାର ମୃତ୍ୟୁ ବରଣ କରିଥିବା ୩ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଭୁବନେଶ୍ବର, କଟକ ଓ ଗଞ୍ଜାମରୁ ଜଣେ ଲେଖାଏଁ ରହିଛନ୍ତି। ଭୁବନେଶ୍ବରରୁ ମୃତ୍ୟୁ ବରଣ କରିଥିବା ଆକ୍ରାନ୍ତ ଜଣଙ୍କ ୭୩ ବର୍ଷୀୟ ପୁରଷ ହୋଇଥିବା ବେଳେ ସେ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ କ୍ରୋନିକ୍ କିଡନୀ ରୋଗରେ ପୀଡିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *