ରାଜ୍ୟରେ ଆଜି ଆଉ ୮୦୨ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର : ରାଜ୍ୟରେ ଶନିବାର ଆଉ ୮୦୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୩,୧୦,୫୪୯ରେ ପହଂଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଖୋର୍ଦ୍ଧାରୁ ସର୍ବାଧିକ୧୦୪ ଜଣ ସୁସ୍ଥ ହୋଇଥିବାବେଳେ ସୁନ୍ଦରଗଡ଼ରୁ ୮୦, କଟକରୁ ୭୦, ମୟୁରଭଞ୍ଜରୁ ୫୬, ଜଗତସିଂହପୁରରୁ ୫୧,ନୂଆପଡ଼ାରୁ ୪୯, ଅନୁଗୁଳରୁ ୪୩, କେନ୍ଦ୍ରପଡ଼ାରୁ ୩୨ ଜଣ, ବଲାଙ୍ଗୀରରୁ ୨୯, ପୁରୀରୁ ୨୭ ଜଣ ସୁସ୍ଥ ହୋଇଛନ୍ତି । ସେହିପରି କୋରାପୁଟରୁ ୨୬, ଯାଜପୁରରୁ ୨୫,କେନ୍ଦୁଝରରୁ ୨୨ , ବରଗଡ଼ରୁ ୨୧,ଭଦ୍ରକରୁ ୨୦,କଳାହାଣ୍ଡିରୁ ୨୦, ସମ୍ବଲପୁରରୁ ୧୯,ବାଲେଶ୍ୱରରୁ ୧୫ ,ଝାରସୁଗୁଡ଼ାରୁ ୧୧, ମାଲକାନଗିରିରୁ ୧୧,ଗଞ୍ଜାମରୁ ୧୦,ନବରଙ୍ଗପୁରରୁ ୧୦, ଢେଙ୍କାନାଳରୁ ୮, ନୟାଗଡ଼ରୁ ୭, କନ୍ଧମାଳରୁ ୬ , ରାୟଗଡ଼ାରୁ ୩, ଗଜପତିରୁ ୨, ଦେବଗଡ଼ରୁ ୨ ଏବଂ ରାଜ୍ୟପୁଲରୁ ୨୩ ଜଣ ସୁସ୍ଥ ହୋଇଛନ୍ତି ।

Spread the love