ଯୋଡ଼ାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ

କଟକ : କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ । କଟକ ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ରାତି ପାଖାପାଖି ୯ଟା ୧୦ମିନିଟ୍ ସମୟରେ ମୃତ୍ୟୁ ହୋଇଛି । ଗତ ଦୁଇଦିନ ଧରି ତାଙ୍କୁ ଆଇସିୟୁରେ ରଖାଯାଇଥିଲା । ଏସ୍‌ସିବିର ଜରୁରୀକାଳୀନ ଅଧିକାରୀ ଭୁୂବନାନନ୍ଦ ମହାରଣାଙ୍କ ପକ୍ଷରୁ ସୂଚନା । ସମସ୍ତ ପ୍ରକ୍ରିୟା ଶେଷ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯିବ ।


କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ମିଲୁପଡା ଗାଁର ଯୋଡ଼ାମୁଣ୍ଡ ଶିଶୁ ଜଗାକାଳିଆଙ୍କ ଶରୀର ଅଲଗା ଥିଲେ ମଧ୍ୟ ମୁଣ୍ଡ ଯୋଡ଼ି ହୋଇ ରହିଥିଲା । ୨୦୧୭ ଜୁଲାଇ ୧୪ରେ ସେମାନଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତି କରାଯାଇଥିଲା । ପରେ ଅକ୍ଟୋବରରେ ଉଭୟଙ୍କୁ ଅଲଗା କରାଯାଇଥିଲା । ଦିଲ୍ଲୀ ଏମ୍‌ସର ଦୁଇଟି ପର୍ଯ୍ୟାୟ ଅପରେସନ ପରେ ଅଲଗା ହୋଇଥିଲେ । ୨୦୧୯ ସେପ୍ଟେମ୍ବର ୭ରେ ଏମ୍‌ସରୁ ଡିସ୍‌ଚାର୍ଜ ପରେ କଟକ ମେଡ଼ିକାଲରେ ରହିଥିଲେ । ଅପରେସନ ପରଠାରୁ ଜଗା କ୍ରମେ ସୁସ୍ଥ ହୋଇଥିଲେ ହେଁ କାଳିଆ ଅବସ୍ଥା ସୁଧୁରି ନଥିଲା । ଜଗାର ସ୍ୱାସ୍ଥ୍ୟବସ୍ଥା ଏବେ ଭଲ ଥିବା ବେଳେ କାଳିଆର ସ୍ୱାସ୍ଥ୍ୟରେ ଉତ୍ସାହଜନକ ଉନ୍ନତି ଘଟୁନଥିଲା । ତେଣୁ ଦୁଇ ଶିଶୁଙ୍କୁ ଦିଲ୍ଲୀରୁ କଟକ ବଡମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସା ଖର୍ଚ୍ଚ ଓଡ଼ିଶା ସରକାର ବହନ କରିଥିଲେ । ଏନେଇ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର କାଳିଆର ମୃତ୍ୟୁରେ ଶୋକ ପ୍ରକାଶ କରିବା ସହ ଏହା ଏକ ଦୁଃଖଦ ଘଟଣା ବୋଲି କହିଛନ୍ତି । ବହୁ ଚେଷ୍ଟା ସତ୍ୱେ କାଳିଆକୁ ବଂଚାଇ ରଖିହେଲା ନାହିଁ ।

Spread the love