ଯୁକ୍ତ୨ ନାମଲେଖା ଦେୟ ନ ଫେରାଇଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ଯୁକ୍ତ୨ ନାମଲେଖା ଦେୟ ଛାତ୍ରଙ୍କୁ ନ ଫେରାଇବା ଘଟଣା । ଖିଲାପୀ କଲେଜଗୁଡ଼ିକୁ ତାଗିଦ କଲେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶକ । ସବୁ କଲେଜର ଅଧ୍ୟକ୍ଷଙ୍କୁ ଚିଠି ଲେଖିଲେ ନିର୍ଦେଶକ ବୃନ୍ଦାବନ ବେହେରା । ଦେୟ ନ ଫେରାଇଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠିରେ ଚେତାବନୀ। ପସନ୍ଦର ଭଲ କଲେଜକୁ ସ୍ଥାନାନ୍ତର ବେଳେ ପୂର୍ବ କଲେଜରୁ ମିଳୁନି ଫି। କିଛି କଲେଜ ସିଏଲସି ଦେଉଛନ୍ତି, କିନ୍ତୁ ନାଁଲେଖା ଦେୟ ଫେରାଉ ନାହାନ୍ତି ।

Spread the love