ମେୟର ଆସନ ବିଜେପିର : ଶାହା

  • ପୌର ନିର୍ବାଚନ ପାଇଁ ହାଇଦ୍ରାବାଦ୍‌ରେ ଶାହାଙ୍କ ପ୍ରଚାର

ହାଇଦ୍ରାବାଦ : ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲିଟି କର୍ପୋରେସନର ପୌର ନିର୍ବାଚନ ପାଇଁ ଆସନ୍ତା ଡିସେମ୍ୱର ୧ ତାରିଖରେ ଭୋଟ୍ ଗ୍ରହଣ ହେବ । ଏହା ପୂର୍ବରୁ ରବିବାର ପ୍ରଚାରର ଅନ୍ତିମ ଦିନ ହୋଇଥିବା ବେଳେ ଗୃହମନ୍ତ୍ରୀ ଅମିତ ଶାହ ପ୍ରଚାର କରିଛନ୍ତି ।


ବିଜେପି ସଭାପତି ଜେପି ନଡ୍ଡା ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପରେ ଅମିତ ଶାହା ଆଜି ପ୍ରଚାର କରିଛନ୍ତି । ଶାହା ପ୍ରଥମେ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ଏହାପରେ ସେ ସିକନ୍ଦରାବାଦରେ ରୋଡ୍ ଶୋ କରିଥିଲେ । ଶାହ କହିଛନ୍ତି, ହାଇଦ୍ରାବାଦ ଭିତରେ ସାରା ବିଶ୍ୱରେ ଏକ ଆଇଟି ହବ୍ ହେବାର ଅନେକ ସମ୍ଭାବନା ରହିଛି । ଭିତିଭୂମି ତିଆରି ହୋଇନଥିବାରୁ ହବ୍ ହୋଇପାରୁନି । ମ୍ୟୁନିସିପାଲିଟି କର୍ପୋରେସନ ହିଁ ସହରର ଭିତିଭୂମି ତିଆରି କରିବାର ଦାୟିତ୍ୱରେ ରହିଛି । ବିଜେପି ନିର୍ବାଚନରେ ବିଜୟ ହେଲେ ସମସ୍ତ ବେଆଇନ ନିର୍ମାଣକୁ ହଟାଇ ଡ୍ରେନେଜ ବ୍ୟବସ୍ଥାକୁ ଠିକ୍ ଭାବରେ ପରିଚାଳନା କରିବ ।  ସେ ଆହୁରି କହିଛନ୍ତି, ରୋଡ୍ ଶୋରେ ବିଜେପି ପ୍ରତି ଲୋକଙ୍କ ଭଲ ପାଇବା ଦେଖିବାକୁ ମିଳିଛି । ଏବେ ବିଜେପି ନିର୍ବାଚନରେ ଆସନ ବଂଚାଇବା ପାଇଁ ନୁହେଁ ବରଂ ହାଇଦ୍ରାବାଦର ମେୟର ଆସନ ଦଖଲ କରିବ । ମୋଟ୍ ୧୫୦ଟି ଆସନରେ ମଙ୍ଗଳବାର ଭୋଟ୍ ଗ୍ରହଣ ପରେ ୪ ତାରିଖରେ ଭୋଟ୍ ଗଣତି ହେବ । ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲିଟି କର୍ପୋରେସନ ନିର୍ବାଚନରେ କେସିଆର, ବିଜେପି, କଂଗ୍ରେସ ଏବଂ ଅସାଦୁଦ୍ଦିନ ଓବେସୀଙ୍କ ଦଳ ଏଆଇଏମଆଇଏମ୍ ଶକ୍ତି ପ୍ରଦର୍ଶନ କରିଛନ୍ତି ।

Spread the love