ମେସି @ ୩୩

ନୂଆଦିଲ୍ଲୀ : ଫୁଟବଲ ସୁପରଷ୍ଟାର ତଥା ଆର୍ଜେଣ୍ଟିନା ଫୁଟବଲର ଲିଓନେଲ ମେସି ବୁଧବାର ୩୩ ବର୍ଷରେ ପଦାର୍ପଣ କରିଛନ୍ତି। ମାତ୍ର ୧୭ ବର୍ଷ, ୩ ମାସ ଓ ୨୨ ଦିନରେ ମେସି ବାର୍ସିଲୋନ ପାଇଁ ପଦାର୍ପଣ କରିବାରୁ ସୁଯୋଗ ପାଇଥିଲେ। ୨୦୦୪-୦୫ ସେସନରେ ମେସି ବାର୍ସିଲୋନା ବି’ ଟିମ୍‌ରେ ସାମିଲ ହେବାକୁ ପ୍ରମୋଶନ ପାଇଥିଲେ। ଏଫସି ବାର୍ସିଲୋନା ତରଫରୁ ସେ ପ୍ରଥମଥର ପାଇଁ ଲା ଲିଗା ଖେଳି ଲିଗ୍‌ ପଦାର୍ପଣ କରିଥିଲେ। ଏସ୍‌ପାନ୍ୟୋଲ ତରଫରୁ ଏହି ମ୍ୟାଚ୍‌ ଖେଳିଥିଲେ। ସର୍ବକନିଷ୍ଠ ଖେଳାଳିଭାବେ ସେ ବାର୍ସିଲୋନା ଫାର୍ଷ୍ଟ ଦଳ ତରଫରୁ କୌଣସି ଅଫିସିଆଲ ମ୍ୟାଚ୍‌ ଖେଳି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବାର୍ସିଲୋନା ତରଫରୁ ପ୍ରତିନିଧିତ୍ୱ କରି ମେସି ୧୦ଟି ଲା ଲିଗା ଟାଇଟଲ ହାସଲ କରିଛନ୍ତି।ଆର୍ଜେଣ୍ଟିନାର ରୋସାରିଓରେ ୧୯୮୭ ଜୁନ୍‌ ୨୪ ତାରିଖରେ ଜନ୍ମଗ୍ରହଣ କରିଥିଲେ। ବିଶ୍ୱ ଅନ୍ୟତମ ଶ୍ରେଷ୍ଠ ଫୁଟବଲର ଭାବେ ପରିଗଣିତ ହେଉଥିବା ମେସି ୨୦୦୫ରେ ଅଲବାସେଟେ ବିପକ୍ଷରେ ସିନିୟର ବାର୍ସିଲୋନା ଦଳ ପାଇଁ ପ୍ରଥମ ଗୋଲ ସ୍କୋର କରିଥିଲେ। ୧୦ଟି ଲା ଲିଗା ଟାଇଟଲକୁ ବାଦ୍‌ ଦେଲେ ମେସି ୪ଟି ୟୁଇଏଫ୍‌ଏ ଚାମ୍ପିୟନ୍ସ ଲିଗ୍‌ ଓ ୬ଟି କୋପା ଡେଲ ରେ ଟାଇଟଲ ମଧ୍ୟ ଜିତିଛନ୍ତି। ଲା ଲିଗାରେ ସେ ସର୍ବାଧିକ ୩୬ଟି ହ୍ୟାଟ୍ରିକ୍‌ ଗୋଲ ସ୍କୋର କରିଛନ୍ତି। ନିଜର ଉଜ୍ଜ୍ୱଳମୟ କ୍ୟାରିୟରରେ ସେ ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି। ବାର୍ସିଲୋନା ତରଫରୁ ସେ ଏପର୍ଯ୍ୟନ୍ତ ୭୨୨ଟି ମ୍ୟାଚ୍‌ ଖେଳି ୬୨୯ ଗୋଲ ସ୍କୋର କରିଛନ୍ତି। ସେ ମଧ୍ୟ ୬ଥର ବାଲନ ଡି’ଅର ଫୁରସ୍କାର ହାସଲ କରିଛନ୍ତି। ସେ ୨୦୦୯, ୨୦୧୦, ୨୦୧୧, ୨୦୧୨, ୨୦୧୫ ଓ ୨୦୧୯ରେ ଏହି ସମ୍ମାନ ପାଇଥିଲେ। ତେବେ ସେ ବିଶ୍ୱର ଏକମାତ୍ର ସଫଳତାରୁ ବଞ୍ଚିତ ହୋଇଛନ୍ତି। ସେ ଏପର୍ଯ୍ୟନ୍ତ ନିଜ ଦେଶ ଆର୍ଜେଣ୍ଟିନା ପାଇଁ ବିଶ୍ୱକପ୍‌ ହାସଲ କରିପାରି ନାହାନ୍ତି। ଆର୍ଜେଣ୍ଟିନା ସିନିୟର ଦଳ ପାଇଁ ମେସି ୧୩୮ଟି ମ୍ୟାଚ୍‌ ଖେଳି ୭୦ଟି ଗୋଲ ସ୍କୋର କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *