ମାରାଡୋନାଙ୍କ “ହ୍ୟାଣ୍ଡ୍ ଅଫ୍ ଗଡ୍” ଜର୍ସି ଦାମ୍ ୨ ନିୟୁତ ଡଲାର

ନୂଆଦିଲ୍ଲୀ : ୧୯୮୬ ଫିଫା ବିଶ୍ୱକପ୍‌ର ଇଂଲଣ୍ଡ ବିପକ୍ଷ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍‌ରେ “ହ୍ୟାଣ୍ଡ୍ ଅଫ୍ ଗଡ୍‌” ଗୋଲ୍ ଅବସରରେ ଡିଏଗୋ ମାରାଡୋନା ପିନ୍ଧିଥିବା ଆର୍ଜେଣ୍ଟିନା ଟିମ୍ ଜର୍ସି ବ୍ରିକି ହେବ । ବର୍ତ୍ତମାନ ଏହି ଐତିହାସିକ ମୁହୂର୍ତ୍ତର ଜର୍ସି ଇଂଲଣ୍ଡର ମାଞ୍ଚେଷ୍ଟର୍‌ସ୍ଥିତ ଜାତୀୟ ଫୁଟ୍‌ବଲ୍ ସଂଗ୍ରହାଳୟରେ ରଖାଯାଇଛି । ମେକ୍ସିକୋ ସିଟିରେ ଅନୁଷ୍ଠିତ ୧୯୮୬ ବିଶ୍ୱକପ୍ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ପରେ ମାରାଡୋନା ଏହି ଜର୍ସିକୁ ଇଂଲଣ୍ଡର ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ଷ୍ଟିଭ୍ ହୋଡ୍‌ଗେଙ୍କୁ ପ୍ରଦାନ କରିଥିଲେ । ଏହି ମ୍ୟାଚ୍ ପରେ ଉଭୟ ଟିମ୍‌ର ଖେଳାଳିମାନେ ପଡ଼ିଆରୁ ଫେରୁଥିବା ବେଳେ ସେ ମାରାଡୋନାଙ୍କ ସହ ଜର୍ସି ବଦଳାଇଥିଲେ ବୋଲି ହୋଡ୍‌ଗେ କହିଛନ୍ତି । ନ୍ୟୁଜର୍ସିସ୍ଥିତ ଗୋଲ୍‌ଡିନ୍ ଅକ୍ସନ କମ୍ପାନୀର ଡେଭିଡ୍ ଆମର୍‌ମ୍ୟାନ୍ କହିଛନ୍ତି ଏହି “ହ୍ୟାଣ୍ଡ୍ ଅଫ୍ ଗୋଲ୍‌” ଜର୍ସିର ମୂଲ୍ୟାୟନ କରିବା କଷ୍ଟକର । ମାତ୍ର ଏହାର ମାଲିକ ୨ ନିୟୁତ ଡଲାରରେ ବିକିବାକୁ ରାଜି ହୋଇଥିବା ସେ କହିଛନ୍ତି ।

Spread the love