ଭ୍ୟାକସିନ୍ ତିଆରି ପାଇଁ ୮ ରୁ ୧୦ ବର୍ଷ ଲାଗିଥାଏ

ଜେନିଭା : କରୋନା ସଂକ୍ରମଣ ମାମଲା ହୁ ହୁ ହୋଇ ବଢିଚାଲିଛି  | ସମଗ୍ର ବିଶ୍ୱର ଜନତା କରୋନା ଭାଇରସ ମୁକାବିଲା କରୁଥିଲେ ବି ଏହା ନିୟନ୍ତ୍ରଣକୁ ଆସୁନାହିଁ । ଭ୍ୟାକସିନ ସନ୍ଦର୍ଭରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛନ୍ତି ଯେ ବିଶ୍ୱ ସ୍ଥରରେ ଇବୋଲା ଭ୍ୟାକସିନ ତିଆରି ପାଇଁ ସବୁଠାରୁ କମ ସମୟ, ଅର୍ଥାତ ୫ ବର୍ଷ ସମୟ ଲାଗିଥିଲା | ଅନ୍ତରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସଂସ୍ଥା କହିଛି ଯେ ସାଧାରଣତଃ ଭ୍ୟାକସିନ ତିଆରି ପାଇଁ ୮ରୁ ୧୦ ବର୍ଷ ସମୟ ଲାଗିଥାଏ| କିନ୍ତୁ ସେ ଏହି ସମୟସୀମାକୁ ଆହୁରି କମ କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି | ଇବୋଲା ଭ୍ୟାକସିନ ତିଆରି ପାଇଁ ୫ ବର୍ଷ ଲାଗିଥିଲା | କିନ୍ତୁ କରୋନା ଭ୍ୟାକସିନ ବର୍ଷେ ରୁ ଦେଢ଼ ବର୍ଷ ମଧ୍ୟରେ ତିଆରି କରିବାକୁ ସଂସ୍ଥା ଲକ୍ଷ୍ୟ ରଖିଛି | ଯଦି ଏହା ସମ୍ଭବ ହୁଏ ତାହେଲେ ଅଦ୍ଭୁତ ହେବ ବୋଲି ସଂସ୍ଥା କହିଛି |

ଏକ ଅଧ୍ୟୟନରୁ ଜଣାପଡିଛି ଯେ ବିଶ୍ୱ ଜନସଂଖ୍ୟାର ଏକ ଛୋଟ ସଂଖ୍ୟା କରୋନା ବିରୋଧୀ ପ୍ରତିରୋଧକ ହାସଲ କରିଛି | ତେବେ ସଂକ୍ରମଣ ଚେନ ବ୍ରେକ କରିବା ଏବଂ ଭାଇରସକୁ ବ୍ୟାପିବାରେ ରୋକିବା ପାଇଁ ଏକ ମାତ୍ର ତରିକା ହେଲା ଭ୍ୟାକସିନ | ସଂସ୍ଥା କହିଛି ଯେ ସମସ୍ତ ଲୋକଙ୍କ ଉପରେ କୋଭିଡ-୧୯ ବିପଦ ରହିଛି | ସେଥିପାଇଁ ସଂକ୍ରମଣ ରୋକିବା ପାଇଁ, ପତା କରିବା ପାଇଁ ଏବଂ ଚିକିତ୍ସା ସାଧନ ସମସ୍ତଙ୍କ ପର୍ଯ୍ୟନ୍ତ ପହଞ୍ଚିବା ଆବଶ୍ୟକ| ଯେଉଁମାନେ ଚିକିତ୍ସା ପାଇଁ ଖର୍ଚ୍ଚ କରିପାରିବେ କେବଳ ସେମାନଙ୍କ ପାଖରେ ସଂସାଧନ ପହଞ୍ଚିବା ଉଚିତ ନୁହେଁ | ଏହା ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ୟୁରୋପ କାର୍ଯ୍ୟାଳୟ ଗୁରୁବାର ଦିନ ଏକ ରିପୋର୍ଟ ଜାରି କରିଥିଲେ ଯେଉଁଥିରେ ୧୧ ଦେଶର ନାଁ ନିଆଯାଇଥିଲା | ଏହି ଦେଶମାନଙ୍କ ମଧ୍ୟରେ ସ୍ୱିଡ଼େନ, ଆର୍ମେନିଆ, ଅଲବାନିଆ, କଜାକିସ୍ତାନ ଓ ୟୁକ୍ରେନ ସାମିଲ ରହିଛି | ସ୍ୱିଡ଼େନରେ ସଂକ୍ରମଣ ମାମଲା ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି | ତେବେ ସେଠାରେ ଯାଞ୍ଚ ମଧ୍ୟ ବୃଦ୍ଧି ପିଛି | ଆମେରିକା ଜନ୍ସ ହପକିନ୍ସ ୟୁନିଭର୍ସିଟି ତାଲିକା ଅନୁଯାୟୀ, ଦୁନିଆରେ କରୋନାର ୯,୭୭୭,୮୮୯ ମାମଲା ରହିଛି ଯେଉଁଥିରୁ ୪ ଲକ୍ଷ ୯୩ ହଜାର ୬୭୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪,୯୨୪,୯୭୯ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି | 

 

Spread the love

Leave a Reply

Your email address will not be published. Required fields are marked *