ଭୁବନେଶ୍ୱରରେ ସକ୍ରିୟ ଆକ୍ରାନ୍ତ ୫୦୦ ତଳେ

  • ୨୪ ଘଂଟାରେ ୩୮ ପଜିଟିଭ୍, ୫୪ ସୁସ୍ଥ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ଦିନ ଆଉ ୩୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରେ ୧୧ ଜଣ ସଂଗରୋଧ ଓ ୨୭ ଜଣ ସ୍ଥାନୀୟ ଅଂଚଳରୁ ଅଛନ୍ତି । ଅନ୍ୟପକ୍ଷରେ ୫୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଏବଂ ୨ ଜଣଙ୍କର ମୃତ୍ୟୁ ହୋଇଛି । ଦୀର୍ଘ ଦିନ ପରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ତଳେ ରହିଛି । ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

ନୂତନ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ୱରରୁ ଆଜି ପର୍ଯ୍ୟନ୍ତ ୩୦,୬୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୨୯,୯୨୯ ଜଣ ସୁସ୍ଥ ହୋଇସାରିଛନ୍ତି । ଏବେ ୪୮୩ ଜଣ ଆକ୍ରାନ୍ତ ସକ୍ରିୟ ଥିବା ବେଳେ ୨୧୫ ଜଣଙ୍କର ମୃତ୍ୟୁ ହୋଇଛି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ବରମୁଣ୍ଡାରୁ ୫ ଜଣ, ଆଇଆରସି ଭିଲେଜରୁ ୩ ଜଣ, ଶୈଳଶ୍ରୀବିହାର, ପଟିଆ, ନିଳାଦ୍ରୀବିହାର , ନୟାପଲ୍ଲୀ , ବିବେକାନନ୍ଦ ମାର୍ଗ , ରସୁଲଗଡ ଓ କଳ୍ପନାରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ରହିଛନ୍ତି ।

Spread the love