ଭୁବନେଶ୍ୱରରେ ଆଉ ୨୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଉ ୨୨ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୨୨ ଜଣଙ୍କ ମଧ୍ୟରୁ ୩ ଜଣ କ୍ୱାରେଣ୍ଟାଇନର ହୋଇଥିବା ବେଳେ ଆଉ ୧୯ ଜଣ ଲୋକାଲ କେସ ବୋଲି ଜଣାପଡିଛି । ୧୯ ଲୋକାଲ କେସ ମଧ୍ୟରୁ ୧୬ ଜଣ ଏକ ଘରୋଇ ହସ୍ପିଟାଲ କର୍ମଚାରୀ ହୋଇଥିବା ବେଳେ ୩ ଜଣ ପୁରୁଷ ଓ ୧୩ ଜଣ ମହିଳା କର୍ମଚାରୀ ଅଛନ୍ତି । ସେହିଭଳି ନୀଳାଦ୍ରିବିହାର ଅଂଚଳରୁ ମଧ୍ୟ ଆଉ ୨ଟି ଲୋକାଲ କେସ ସାମ୍ନାକୁ ଆସିଛି । ପୂର୍ବ ପଜେଟିଭଙ୍କ ସଂସ୍ପର୍ଶରେ ଆସି ସେମାନେ ସଂକ୍ରମିତ ହୋଇଛନ୍ତି । ଶୈଳଶ୍ରୀବିହାର ଅଂଚଳରୁ ମଧ୍ୟ ଜଣେ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ଚନ୍ଦ୍ରଶେଖରପୁରରୁ ଜଣେ ହୋଇଥିବା ବେଳେ ଭିଏସଏସ ନଗରରୁ ଜଣେ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି । ଆଉ ଜମେ ରେଲଓ କର୍ମଚାରୀ ମଧ୍ୟ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ୨୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୫ ଜଣ ସୁସ୍ଥ ହୋଇଥିବା ମଧ୍ୟ ସୂଚନା ରହିଛି । ଫଳରେ ଭୁବନେଶ୍ୱରରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨୦କୁ ବୃଦ୍ଧି ପାଇଥିବା ବେଳେ ଆକ୍ଟିଭ କେସ ୧୦୩ ରହିଛି।

Spread the love

Leave a Reply

Your email address will not be published. Required fields are marked *