ଭିଡିଓ ମାଧ୍ୟମରେ ହେବ ଯୁକ୍ତ ୨ ଦ୍ୱିତୀୟ ବର୍ଷର ପାଠପଢ଼ା

ଭୁବନେଶ୍ୱର: ଯୁକ୍ତ ୨ ଦ୍ୱିତୀୟ ବର୍ଷ ପାଠପଢ଼ା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପଦକ୍ଷେପ ନେଇଛି। ଭିଡିଓ ମାଧ୍ୟମରେ ଯୁକ୍ତ ୨ ଦ୍ୱିତୀୟ ବର୍ଷର ପାଠପଢ଼ା ହେବ। ଏଥିଲାଗି କାଲିଠାରୁ ୨ ଦିନିଆ ଓରିଏଣ୍ଟେସନ କାର୍ଯ୍ୟକ୍ରମ କରାଯିବ। ଅଧ୍ୟାପକ ଅଧ୍ୟାପିକାମାନେ ଏଥିରେ ଭିଡିଓ ମାଧ୍ୟମରେ ଶିକ୍ଷାଦାନ ନେଇ ତାଲିମ ନେବେ। ଏନେଇ ସୂଟନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ବୃନ୍ଦାବନ ବେହେରା।

ଦୁଇ ଦିନର ତାଲିମରେ ଅଧ୍ୟାପକ, ଅଧ୍ୟାପିକାଙ୍କ ପ୍ରସ୍ତୁତିକୁ ଦେଖି ନିଜ ନିଜ ବିଷୟର ଶିକ୍ଷାଦାନର ଭିଡିଓ ସୁଟିଂ କରାଯିବ। ସେହି ଭିଡିଓକୁ ଦୀକ୍ଷା ଓ ସାମ୍ସ, ଶିକ୍ଷା ସଂଯୋଗ ୱେବ୍ ପୋର୍ଟାଲରେ ଅପଲୋଡ୍ କରାଯିବ। ବିଜ୍ଞାନ ଷ୍ଟ୍ରିମର ଫିଜିକ୍ସ, କେମେଷ୍ଟ୍ରି, ମ୍ୟାଥମେଟିକ୍ସ ଓ ବାୟୋଲୋଜିର ଭିଡିଓ ତିଆରି ହେବ। ସେହିପରି ବାଣିଜ୍ୟ ଷ୍ଟ୍ରିମର ଆକାଉଣ୍ଟାନ୍ସି, ବିଜନେସ୍ ମ୍ୟାଥମେଟିକ୍ସକୁ ରେକର୍ଡିଂ କରାଯିବ। ଓରିଏଣ୍ଟେସନ ଓ ସୁଟି ଭୁବନେଶ୍ୱର ଓରସାକରେ କରାଯିବ। ପ୍ରଥମ ପର୍ଯ୍ୟାୟରେ କଟକ ଓ ଭୁବନେଶ୍ୱରର ଅଧ୍ୟାପକ ଏବଂ ଅଧ୍ୟାପିକାଙ୍କୁ ନେଇ ସୁଟିଂ ହେବ ବୋଲି ଶ୍ରୀ ବେହେରା ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *