ଭିଜିଲାନ୍ସ ଜାଲରେ ଆଡିସିନାଲ ପିସିସିଏଫ

ଭୁବନେଶ୍ୱର : ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଇଏଫଏସ ଅଭୟକାନ୍ତ ପାଠକଙ୍କ ଘରେ ବୁଧବାର ଭିଜିଲାନ୍ସ ଚଢ଼ାଉ। ୧୯୮୭ ବ୍ୟାଚ୍‌ର ଆଇଏଫଏସ ଅଭୟ ଅତିରିକ୍ତ ପିସିସିଏଫ ଅଛନ୍ତି । ଓଡ଼ିଶା ସମେତ ମହାରାଷ୍ଟ୍ର ଓ ବିହାରରେ ଏକକାଳୀନ ଚଢ଼ାଉ, କେନ୍ଦ୍ରୀୟ ସଂସ୍ଥାର ସୂଚନା କ୍ରମେ ଭିଜିଲାନ୍ସର ଚଢ଼ାଉ। ଭୁବନେଶ୍ୱରର ୫ଟି, ମୁମ୍ବଇ ଓ ପୁଣେର ୭ଟି ସ୍ଥାନରେ ଚଢାଉ କରାଯାଇଛି।

ତେବେ ପୁଣେର ଭୁଗାଓଁ ହିଲ ଟାଉନ ଅଞ୍ଚଳରେ ଥିବା ପାଠକଙ୍କ ଫାର୍ମ ହାଉସ ଏବଂ କୋରେଗାଓଁ ପାର୍କରେ ଥିବା  ଆପାର୍ଟମେଣ୍ଟର ଏକ ଫ୍ଲାଟରେ ଭିଜିଲାନ୍ସ ଚଢ଼ଉ କରିଥିବା ଜଣାପଡ଼ିଛି। ତାଙ୍କ ବିରୋଧରେ କୋଟି କୋଟି ଟଙ୍କାର ଆୟବର୍ହିଭୂତ ସମ୍ପତ୍ତି ଠୁଳ କରିଥିବାର ଅଭିଯୋଗ ହୋଇଥିଲା । ସେ ଲକଡାଉନ ସମୟରେ ୨୦ ଥର ଚାର୍ଟର ପ୍ଲେନ୍ ବ୍ୟବହାର କରିଥିଲେ । ସେ ଓ ତାଙ୍କ ପୁଅ ଆକାଶ କୁମାର ପାଠକ ବିଳାସମୟ ଜୀବନଯାପନ କରୁଥିଲେ । ଏବେ ଚଢ଼ଉ ଚାଲିଥିବା ବେଳେ ଆଇଏଫଏସ୍ ଅଧିକାରୀଙ୍କ ପାଖରେ କେତେ କଳା ଧନ ରହିଛି, ତାହା ଚଢ଼ଉ ଶେଷ ହେବା ପରେ ଜଣାପଡ଼ିବ।

Spread the love