ଭାରତ ବନ୍ଦ ବେଳେ ବିଧାୟିକଙ୍କୁ ଅଟକାଇଲେ କଂଟ୍ରୋଲ ରୁମକୁ ଜଣାଅ

ଭୁୁବନେଶ୍ୱର : ଆସନ୍ତା କାଲି ବିଭିନ୍ନ ଟ୍ରେଡ଼୍ ୟୁନିୟନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିବାରୁ ଏହାକୁ ଦୃଷ୍ଟିରେ ରଖି ବିଧାୟକ, ବିଧାୟିକା ମାନଙ୍କୁ ବିଧାନ ସଭା ଆସିବା ସମୟରେ ଯଦି କୌଣସି ବ୍ୟକ୍ତି ବା ସଂସ୍ଥା ବାଧା ସୃଷ୍ଟି କରନ୍ତି ଭୁବନେଶ୍ୱର ଡିସିପିଙ୍କ କଂଟ୍ରୋଲ ରୁମକୁ ତୁରନ୍ତ ଜଣାଇବାକୁ ଉପବାଚସ୍ପତି ଘୋଷଣାରେ କହିଛନ୍ତି ।

ଆଜି ଦ୍ୱିତୀୟାର୍ଦ୍ଧ ବୈଠକରେ ବେସରକାରୀ ବିଲ୍ ଉପରେ ଆଲୋଚନା ଚାଲିଥିଲା ବେଳେ ଉପବାଚସ୍ପତି ରଜନୀକାନ୍ତ ସିଂ ଏ ସମ୍ପର୍କରେ କରିଥିବା ଘୋଷଣାରେ କହିଥିଲେ ଯେ, ଡିସିପିଙ୍କୁ ୭୪୪୦୦୦୬୭୩୬, ୯୪୩୭୫୮୧୫୭୫, ୧୦୦ କୁ ଜଣାଇଲେ ପୋଲିସ ତରଫରୁ ସହଯୋଗ ପ୍ରଦାନ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଏହା ବ୍ୟତୀତ ଏ ବିଷୟରେ ଗୃହର ସଦସ୍ୟ ଓ ସଦସ୍ୟା ମାନଙ୍କୁ ପତ୍ର ମାଧ୍ୟମରେ ଜଣାଇ ଦେବା ପାଇଁ ବିଧାନ ସଭା ସଚିବାଳୟକୁ ନିର୍ଦ୍ଦେଶ ଦେଇଛନ୍ତି ।

Spread the love