ଭାରତ ଅନ୍ୟ ଦେଶ ତୁଳନାରେ ଭଲ ସ୍ଥିତିରେ ରହିଛି

ନୂଆଦିଲ୍ଲୀ: ଡା. ଜୋଶେଫ୍‌ ମାର୍‌ ଥୋମା ମେଟ୍ରୋପଲିଟାନଙ୍କ ୯୦ତମ ଜୟନ୍ତୀ ସମାରୋହ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନୀ ଭାଷଣ ଦେଇ କରୋନା ପ୍ରଭାବିତ ଅନ୍ୟ ଦେଶ ତୁଳନାରେ ଭାରତର ସ୍ଥିତି ଭଲ ରହିଛି । ସାରା ବିଶ୍ଵ ଏବେ ମହାମାରୀ କରୋନା ଭୂତାଣୁ ବିରୋଧରେ ଲଢ଼େଇ କରୁଛି। କୋଭିଡ-୧୯ କେବଳ ଏକ ଶାରିରୀକ ରୋଗ ନୁହେଁ, ଯାହା ଲୋକଙ୍କ ଜୀବନ ପାଇଁ ବିପଦ। ଏହାର ଆମର ଧ୍ୟାନକୁ ଅସୁସ୍ଥ ଜୀବନଶୈଳୀଗୁଡ଼ିକ ପ୍ରତି ଆକର୍ଷିତ କରୁଛି। ଭାରତ ମଧ୍ୟ ଏହି ଭୂତାଣୁ ବିରୋଧରେ ଲଢ଼େଇ ଜାରି ରଖିଛି।

ଆପଣମାନେ ଜାଣି ଖୁସି ହେବେ ଯେ ଆମ କରୋନା ଯୋଦ୍ଧାମାନଙ୍କ ସହାୟତାରେ ଭାରତ ଭୂତାଣୁ ସହିତ ଦୃଢ଼ ଭାବେ ଲଢ଼ୁଛି। ଚଳିତବର୍ଷ ପ୍ରାରମ୍ଭରେ କିଛି ଲୋକ ଭବିଷ୍ୟବାଣୀ କରିଥିଲେ ଯେ ଭାରତରେ ଭୂତାଣୁର ପ୍ରଭାବ ଅତ୍ୟନ୍ତ ଗମ୍ଭୀର ହେବ। କିନ୍ତୁ ଲକ୍‌ଡାଉନ ଯୋଗୁ ସରକାର ଏବଂ ଲୋକଙ୍କ ଦ୍ବାରା ପରିଚାଳିତ ଏଡି ଲଢ଼େଇ ଫଳରେ ଭାରତ ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭଲ ସ୍ଥିତିରେ ରହିଛି। ଭାରତରେ ଆରୋଗ୍ୟ ହାର ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ ଆମକୁ ଏବେ ଆହୁରି ସାବଧାନ ରହିବା ଜରୁରୀ। ମାସ୍କ ପିନ୍ଧିବା, ସାମାଜିକ ଦୂରତା, ଜନଗହଳି ପୂର୍ଣ୍ଣ ସ୍ଥାନଗୁଡ଼ିକରୁ ଦୂରେଇ ରହିବା ନିହାତି ଆବଶ୍ୟକ ବୋଲି ମୋଦୀ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *