ଭାରତର ବୋଲିଙ୍ଗ ବିଭାଗ ବହୁ ଶକ୍ତିଶାଳୀ; ମାଇକେଲ ଆଥରଟନ

ଚେନ୍ନାଇ :  ବିଶ୍ୱ କ୍ରିକେଟକୁ ସର୍ବଦା ଭାରତୀୟ କ୍ରିକେଟ ଜଣେ ଜଣେ ବେଷ୍ଟ ବ୍ୟାଟସମ୍ୟାନ ଦେବାକୁ ସକ୍ଷମ ହୋଇଛି । ସୁନୀଲ ଗାଭାସ୍କର, ସଚ୍ଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ ଏବଂ ବିରାଟ କୋହଲିଙ୍କ ପରି ବିଶ୍ୱ ସ୍ତରୀୟ ବ୍ୟାଟସମ୍ୟାନ ସମସ୍ତେ ଭାରତୀୟ । ତେବେ ଏବେ ସମୟ ବଦଳିଯାଇଛି ଭାରତ ତାର ବୋଲିଙ୍ଗ ବିଭାଗରେ ବହୁ ଉନ୍ନତି କରିଛି ଏବଂ ଭାରତର ବୋଲିଙ୍ଗ ବିଭାଗ ବହୁ ଶକ୍ତିଶାଳୀ ହୋଇଯାଇଛି ବୋଲି ପୂର୍ବତନ ଇଂଲଣ୍ଡ ଅଧିନାୟକ ମାଇକେଲ ଆଥରଟନ ମତ ଦେଇଛନ୍ତି । ଭାରତୀୟ ଦଳରେ ଇଶାନ୍ତ ଶର୍ମା, ମହମ୍ମଦ ସାମି,ଏବଂ ଯଶପ୍ରୀତ ବୁମ୍ରାଙ୍କ ପରି ସ୍ପିଡ ଷ୍ଟାର ରହିଛନ୍ତି । ଏହି ମାନଙ୍କ ପାଇଁ ଭାରତୀୟ ଦଳ ଟେଷ୍ଟରେ ବହୁ ସଫଳତା ହାସଲ କରିଛି । ସେହିପରି ଅଷ୍ଟ୍ରେଲିଆରେ ଭାରତୀୟ ଦଳର ପ୍ରଦର୍ଶନ ଏହି ମାନଙ୍କ ପ୍ରଦର୍ଶନ ଉପରେ ନିର୍ଭର କରିବ ବୋଲି ମଧ୍ୟ ଏହି ପୂର୍ବତନ ଇଂଲଣ୍ଡ ଅଧିନାୟକ କହିଛନ୍ତି । ଏହାସହ ଟେଷ୍ଟ ମ୍ୟାଚରେ ଭଲ ଆରମ୍ଭ କରିବା ବହୁତ ଗୁରୁତ୍ୱପୂର୍ଣ୍ଣ । ଭାରତୀୟ ଦଳରେ ରୋହିତ ଶର୍ମା ଏବଂ ମୟଙ୍କ ଅଗ୍ରୱାଲଙ୍କ ପରି ଓପନର ରହିଥିବା ବେଳେ ପୃଥୀ ଶ୍ୱ ଏବଂ କେ.ଏଲ ରାହୁଲ ମଧ୍ୟ ଅନ୍ୟ ଦୁଇ ଦାବିଦାର ଭାବେ ରହିଛନ୍ତି । ଭାରତୀୟ ବ୍ୟାଟସମ୍ୟାନ ମାନେ ବିଶେଷତଃ ଟେକ୍ନିକାଲି ବହୁତ ଭଲ ହୋଇଥାନ୍ତି ଏବଂ ସବୁବେଳେ ଭଲ କରିବେ ବୋଲି ଆଥରଟନ ଆଶା ରଖିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *