‘ବ୍ରହ୍ମୋସ’ର ଆଉ ଏକ ସଫଳ ପରୀକ୍ଷଣ

ନୂଆଦିଲ୍ଲୀ : ଭାରତ ପକ୍ଷରୁ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ବ୍ରହ୍ମୋସ ସୁପରସୋନିକ କ୍ଷେପଣାସ୍ତ୍ରର ଆଉ ଏକ ସଫଳ ପରୀକ୍ଷଣ କରାଯାଇଛି । ଭୂପୃଷ୍ଠରେ ଥିବା ଶତ୍ରୁପକ୍ଷର ଟାର୍ଗେଟକୁ ଏହି କ୍ଷେପଣାସ୍ତ୍ର କେତେ ନିର୍ଭୁଲଭାବେ ଭେଦ କରିପାରୁଛି, ତାହାର ପ୍ରମାଣ ପାଇବାକୁ ଏହି ପରୀକ୍ଷଣ ଉଦ୍ଦିଷ୍ଟ ଥିଲା ବୋଲି ଡିଆରଡିଓ (ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ) ପକ୍ଷରୁ କୁହାଯାଇଛି । ସ୍ଥଳସେନାର ବିଭିନ୍ନ ରେଜିମେଣ୍ଟରେ ଏହି କ୍ଷେପଣାସ୍ତ୍ରକୁ ସାମିଲ କରାଯାଇଥିବାବେଳେ ବର୍ତ୍ତମାନ ଏହାର ଲକ୍ଷ୍ୟଭେଦୀ କ୍ଷମତା ୪୦୦ କିମିକୁ ବୃଦ୍ଧି କରାଯାଇଛି । ସଂପ୍ରତି ଚୀନ ଓ ପାକିସ୍ତାନ ସଂଲଗ୍ନ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ଲାଗି ରହିଥିବା ପରିପ୍ରେକ୍ଷୀରେ ଡିଆରଡିଓ ପକ୍ଷରୁ ବିଗତ ଏକ ମାସ ମଧ୍ୟରେ ବ୍ରହ୍ମୋସ ସମେତ ଅନ୍ୟ ଦଶଟି କ୍ଷେପଣାସ୍ତ୍ରର ତୁହାକୁ ତୁହା ସଫଳ ପରୀକ୍ଷଣ କରାଯାଇଥିବା ଜଣାପଡିଛି । ରୁଷ ଓ ଭାରତର ମିଳିତ ଉଦ୍ୟମରେ ନିର୍ମିତ ବ୍ରହ୍ମୋସ କ୍ଷେପଣାସ୍ତ୍ର ଭୂପୃଷ୍ଠ ସମେତ, ଯୁଦ୍ଧଜାହାଜ, ବୁଡାଜାହାଜ, ଯୁଦ୍ଧବିମାନରୁ ସଫଳତାର ସହ ନିକ୍ଷେପ କରାଯାଇପାରିବ ।

Spread the love