ବ୍ରହ୍ମପୁର ସହର ୪ ଦିନ ପାଇଁ ସଟ୍‌ଡାଉନ୍

ବ୍ରହ୍ମପୁର: ବ୍ରହ୍ମପୁର ସହର ୪ ଦିନ ପାଇଁ ସଟ୍‌ଡାଉନ୍। ବ୍ରହ୍ମପୁର ସହରକୁ ୪ ଦିନ ସଟ୍‌ଡାଉନ୍‌ ଘୋଷଣା କଲେ ଜିଲ୍ଲାପାଳ। ଗଞ୍ଜାମ ଜିଲ୍ଲାରେ ଦିନକୁ କରୋନା ସ୍ଥିତି ଜଟିଳ ଆଡ଼କୁ ଗତି କରୁଥିବାରୁ ଏଭଳି ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ।କରୋନା ସଂକ୍ରମଣ କିଭଳି ବ୍ୟାପିବ ନାହିଁ, ଏହାକୁ ଦୃଷ୍ଟିରେ ରଖି ୪ ଦିନ ପାଇଁ ବ୍ରହ୍ମପୁର ସହର ସଟ୍‌ଡାଉନ୍ ଘୋଷଣା କରାଯାଇଛି। ଆସନ୍ତା ୨୭, ୨୮, ୨୯ ଓ ୩୦ ତାରିଖ ଅର୍ଥାତ୍ ଶନି, ରବି, ସୋମ ଓ ମଙ୍ଗଳବାର ୪ଦିନ ପାଇଁ ସଟଡାଉନ୍ ଘୋଷଣା କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ।

କରୋନା ସଂକ୍ରମଣ ବଢୁଥିବାରୁ ଜିଲ୍ଲାପାଳ ଏଭଳି ପଦକ୍ଷେପ ନେଇଛନ୍ତି। ଏହି ୪ ଦିନ କେବଳ ସ୍ୱାସ୍ଥ୍ୟସେବା, ଦୁଗ୍ଧ ବଣ୍ଟନ ପରି ଅତ୍ୟାବଶ୍ୟକ ସେବା ଚାଲୁ ରହିବ କିନ୍ତୁ ସମସ୍ତ ଦୋକାନ, ବଜାର, ଅଫିସ୍ ଆଦି ବନ୍ଦ ରହିବ।ଅପରପକ୍ଷେ ଏହି ସମୟରେ ବ୍ରହ୍ମପୁର ସହରରେ ଘର ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ହେବ। କଣ୍ଟାକ୍ଟ ଟ୍ରେସିଂ, ଆଇସୋଲେସନ୍, ହୋମ୍ କ୍ୱାରେଣ୍ଟିନ୍ ବ୍ୟବସ୍ଥାର ଯାଞ୍ଚ ହେବ। ଯାଞ୍ଚ କରିବାକୁ ୭୦ଟି ହେଲ୍ଥ ଟିମ୍ ଗଠନ ହୋଇଛି ବୋଲି ଜିଲ୍ଲାପାଳ।ଆଜି ରାଜ୍ୟରେ ସର୍ବାଧିକ ୫୮ ପଜିଟିଭ ଚିହ୍ନଟ ହୋଇଥିଲେ। ଗଞ୍ଜାମରେ ଏଯାବତ୍ ୧୦୮୮ ଜଣ କରୋନାରେ ଆକ୍ରାନ୍ତ ହେଲେଣି।

Spread the love

Leave a Reply

Your email address will not be published. Required fields are marked *