ବୁଧବାରଠୁ କାଉଣ୍ଟରରେ ମିଳିବ ମଦ

ଭୁବନେଶ୍ବର : ବୁଧବାରଠୁ ରାଜ୍ୟର ସମସ୍ତ ମଦ କାଉଣ୍ଟରେ ମିଳିବ ମଦ । ସକାଳ ୭ ଟାରୁ ସନ୍ଧ୍ୟା ୬ ଟା ଯାଏଁ ମଦ ଦୋକାନ ଖୋଲା ରହିବ । କାଉଣ୍ଟର ଗୁଡିକରେ ବିଦେଶୀ ମଦ ସହ ବିୟର ମିଳିବ ବୋଲି ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ମଦ କାଉଣ୍ଟରେ ହେଉଥିବା ଭିଡକୁ ଏହାଇବା ପାଇଁ ଇ-ଟୋକନ ଜରିଆରେ ମଦ ବିକ୍ରି କରାଯିବ ବୋଲି ଜଣାପଡିଛି।  http://osbc.co.in ପୋର୍ଟାଲରେ ସ୍ଲଟ୍ ବୁକିଂ କରି ଟୋକନ୍ ହାସଲ କରିବାକୁ ପଡିବ। ଟୋକନ୍ ମିଳିବା ପରେ କାଉଣ୍ଟରରୁ ମଦ କିଣିପାରିବେ । ଏଥି ସହିତ କାଉଣ୍ଟର ସାମ୍ନାରେ ଯେପରି ଅଯଥା ଭିଡ଼ ନହୁଏ ସେଥିପ୍ରତି ଦୋକାନୀ ଧ୍ୟାନ ଦେବେ । ଆବଶ୍ୟକ ପଡିଲେ କାଉଣ୍ଟର ସାମ୍ନାରେ ବ୍ୟାରିକେଡ କରିବେ । କାଉଣ୍ଟରରେ ଅଧିକ କର୍ମଚାରୀ ନିଯୋଜିତ କରିବା ସହ ସମସ୍ତେ ମାସ୍କ ଓ ସାମାଜିକ ଦୂରତା ପାଳନ କରିବେ। ଧାର୍ଯ୍ୟ ମୂଲ୍ୟ ଅନୁସାରେ କାଉଣ୍ଟରରେ ମଦ ବିକ୍ରି କରିପାରିବେ। କାଲିଠାରୁ କାଉଣ୍ଟର ଖୋଲୁଥିଲେ ମଧ୍ୟ ପୂର୍ବଭଳି ମଦ ହୋମ୍ ଡେଲିଭରି ଜାରି ରହିବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି।

Spread the love

Leave a Reply

Your email address will not be published. Required fields are marked *