ବିହାର ବିଧାନସଭାର ବାଚସ୍ପତି ନିର୍ବାଚନ ଆଜି

ପାଟ୍‌ନା : ବିହାର ବିଧାନସଭାର ବାଚସ୍ପତି ନିର୍ବାଚନ ବୁଧବାର ଦିନ ଅନୁଷ୍ଠିତ ହେବ । ଏହି ପଦ ପାଇଁ ବିଜେପିର ବରିଷ୍ଠ ନେତା ବିଜୟ ସିହ୍ନା ଏନ୍‌ଡିଏ ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିଲା ବେଳେ ମହାଗଠବନ୍ଧନ ପକ୍ଷରୁ ଆରଜେଡି ନେତା ଅୱଧ ବିହାରୀ ଚୌଧୁରୀ ମନୋନୟନ ପତ୍ର ଦାଖଲ କରିଛନ୍ତି । ନୂଆ ବିଧାନସଭାରେ ଏନ୍‌ଡିଏର ୧୨୫ ସଦସ୍ୟ ଥିଲା ବେଳେ ମହାଗଠବନ୍ଧନର ୧୧୦ ସଦସ୍ୟ ଅଛନ୍ତି । ଜଣେ ସ୍ୱାଧୀନ ବିଧାୟକ ଏନ୍‌ଡିଏକୁ ସମର୍ଥନ କରୁଛନ୍ତି ।

ଉଲ୍ଲେଖଯୋଗ୍ୟ ମହାଗଠବନ୍ଧନର ପ୍ରମୁଖ ଅଂଶୀଦାର ଆରଜେଡି ୭୫ ଆସନ ପାଇ ଏକକ ସଂଖ୍ୟଗରିଷ୍ଠ ଦଳ ହୋଇଛି । ଅନ୍ୟ ୭ ସଦସ୍ୟଙ୍କ ମଧ୍ୟରେ ଏଆଇଏମଆଇଏମ୍‌ର ୫ ସଦସ୍ୟ ରହିଛନ୍ତି ।

Spread the love