ବିଶ୍ୱର ଶ୍ରେଷ୍ଠ ସହର ତାଲିକା; ୬୨ତମ ସ୍ଥାନରେ ଦିଲ୍ଲୀ

ନୂଆଦିଲ୍ଲୀ : ୨୦୨୧ ବର୍ଷରେ ବିଶ୍ୱର ଶ୍ରେଷ୍ଠ ୧୦୦ଟି ସହର ପାଇଁ ପ୍ରସ୍ତୁତ ହୋଇଥିବା ତାଲିକାରେ ଭାରତର ରାଜଧାନୀ ଦିଲ୍ଲୀ ୬୨ତମ ସ୍ଥାନରେ ରହିଥିବା ପ୍ରକାଶ । ଗତବର୍ଷ ଦିଲ୍ଲୀ ତାଲିକାର ୮୧ତମ ସ୍ଥାନରେ ରହିଥିବାବଳେ ଏଥର ମାନ୍ୟତାରେ ୧୯ଟି ପାହ୍ୟାର ଉନ୍ନତି ଘଟିଛି । କାନାଡାର ଭାଙ୍କୋଭରସ୍ଥିତ ଏକ କମ୍ପାନୀ ‘ରିଜୋନାନ୍ସ କନ୍‌ସଲଟାନ୍ସି ଲିମିଟେଡ’ ଦ୍ୱାରା ଏହି ତାଲିକା ପ୍ରସ୍ତୁତ କରାଯାଇଛି ।

ତାଲିକାର ପ୍ରଥମ ସ୍ଥାନରେ ଲଣ୍ଡନ ରହିଥିବାବେଳେ ୨ୟରେ ନ୍ୟୁୟର୍କ, ୩ୟରେ ପ୍ୟାରିସ, ୪ର୍ଥରେ ମସ୍କୋ, ୫ମରେ ଟୋକିଓ, ୬ଷ୍ଠରେ ଦୁବାଇ, ୭ମରେ ସିଙ୍ଗାପୁର, ୮ମରେ ବାର୍ସେଲୋନା, ୯ମରେ ଲସ୍ ଏଞ୍ଜେଲ୍‌ସ ଓ ୧୦ମରେ ମାଦ୍ରିଦ ରହିଛି । ଶ୍ରେଷ୍ଠ ୧୦୦ ତାଲିକାରେ ଦିଲ୍ଲୀ ଏକମାତ୍ର ଭାରତୀୟ ସହରଭାବେ ସ୍ଥାନ ପାଇଛି । ତାଲିକାଭୁକ୍ତ ହୋଇଥିବା ଅନ୍ୟ ପ୍ରମୁଖ ସହର ମଧ୍ୟରେ ସାନ୍ ଫ୍ରାନ୍‌ସିସ୍‌କୋ, ଆମଷ୍ଟରଡାମ, ରୋମ, ୱାଶିଂଟନ, ଆବୁ ଧାବି, ଟରୋଣ୍ଟୋ, ପ୍ରେଗ୍ ଓ ସେଣ୍ଟ୍ ପିଟର୍ସବର୍ଗ ଅନ୍ୟତମ । ସଂପୃକ୍ତ ସହରର ସ୍ୱଚ୍ଛତା, ପରିବେଶ, ବଜାର ମୂଲ୍ୟ, ପର୍ଯ୍ୟଟକଙ୍କ ପସନ୍ଦ, ବ୍ୟାବସାୟିକ କେନ୍ଦ୍ରସ୍ଥଳ, ଗମନା ଗମନ ସୁବିଧା ଇତ୍ୟାଦି ପ୍ରସଙ୍ଗକୁ ବିଚାରକୁ ନେଇ ଏହି ତାଲିକା ପ୍ରସ୍ତୁତ କରାଯାଇଛି । ଏହି ସୂଚନା ମିଳିବାପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଟ୍ୱିଟ୍ କରି ଦିଲ୍ଲୀବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Spread the love