ବିଶ୍ୱରେ କରୋନା ସଂକ୍ରମିତ କୋଟିଏ ନିକଟତର

ନୂଆଦିଲ୍ଲୀ : ସମଗ୍ର ବିଶ୍ୱର ଜନତା କରୋନା ଭାଇରସ ମୁକାବିଲା କରୁଥିଲେ ବି ଏହା ନିୟନ୍ତ୍ରଣକୁ ଆସୁନାହିଁ । ଚୀନର ଉହାନ ସହରରୁ ବିଶ୍ୱର ଚାରିଆଡେ ବ୍ୟାପିଥିବା ଏହି ମାରାତ୍ମକ ଭାଇରସରେ ଶୁକ୍ରବାର ସକାଳ ସାଢ଼େ ୬ଟା ପର୍ଯ୍ୟନ୍ତ ୯୬ ଲକ୍ଷ ୯୯ ହଜାର ୫୭୫ ଜଣ ଲୋକ ସଂକ୍ରମିତ ହୋଇଛନ୍ତି । ସେହିପରି ୪ ଲକ୍ଷ ୯୦ ହଜାର ୯୩୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୨ ଲକ୍ଷ ୫୨ ହଜାର ୯୯୨ ଜଣ ଲୋକ ସୁସ୍ଥ ହୋଇଛନ୍ତି । ଏବେ ୩୯ ଲକ୍ଷ ୫୫ ହଜାର ୬୪୮ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି ଏବଂ ଏଥିରୁ ୫୭ ହଜାର ୬୨୫ ଜଣ ଲୋକ ଗୁରୁତର ଅଛନ୍ତି । 

ଯୁକ୍ତରାଷ୍ଟ୍ର ଆମେରିକୀୟଙ୍କୁ କରେନା ଭାଇରସ ଅଧିକ ଯନ୍ତ୍ରଣା ଦେଇଛି । ଏଠାରେ ୧୫ ଲକ୍ଷ ୦୨ ହଜାର ୩୧୧ ଜଣ ସଂକ୍ରମିତ ହୋଇଥିବା ବେଳେ ୧ ଲକ୍ଷ ୨୬ ହଜାର ୭୨୮ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଭାଇରସରୁ ୧୦ ଲକ୍ଷ ୫୦ ହଜାର ୩୧୯ ଜଣ ସୁସ୍ଥ ହୋଇଥିବା ବେଳେ ୧୩ ଲକ୍ଷ ୨୫ ହଜାର ୨୬୪ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୫ ହଜାର ୭୨୩ ଜଣ ଲୋକ ଗୁରୁତର ଅଛନ୍ତି ।  

 

Spread the love

Leave a Reply

Your email address will not be published. Required fields are marked *