ବିଶ୍ୱରେ ଏକ କୋଟି ଟପିଲା କରୋନା ସଂକ୍ରମଣ ସଂଖ୍ୟା

ନୂଆଦିଲ୍ଲୀ : ସାରା ବିଶ୍ୱରେ ଦ୍ରୁତ ଗତିରେ ବଢୁଛି କରୋନା ସଂକ୍ରମଣ । ବର୍ତ୍ତମାନ ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ଏକ କୋଟି ୯୦ ହଜାର ପାର କରିସାରିଲାଣି । ଏଯାବତ ଏହି ଭାଇରସ୍‌ ଯୋଗୁ ୫ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଗଲାଣି । କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ଆମେରିକା ଏକ ନମ୍ବର ସ୍ଥାନରେ ରହିଛି । ଯେବେକି ଭାରତର ସ୍ଥାନ ୪ର୍ଥ ରେ ରହିଛି | ଆମେରିକାରେ ୨୫ ଲକ୍ଷ ୯୬ ହଜାରରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ଏକ ଲକ୍ଷ ୨୮ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ଆମେରିକା ସମେତ ୟୁରୋପୀୟ ଦେଶ ଗୁଡିକରେ ବି କରୋନା ସକ୍ରିୟ ରହିଛି |

Spread the love

Leave a Reply

Your email address will not be published. Required fields are marked *