ବିଶ୍ୱବିଦ୍ୟାଳୟ ସ୍ତରରେ ପଢାଯିବ ସାଇବର ସୁରକ୍ଷା ସଚେତନତା କୋର୍ସ

ଭୁବନେଶ୍ୱର : ବିଶ୍ୱବିଦ୍ୟାଳୟ ସ୍ତରରେ ପଢାଯିବ ସାଇବର ସୁରକ୍ଷା ସଚେତନତା କୋର୍ସ । ସ୍କୁଲସ୍ତରରେ ବି ପଢାଯିବ ସାଇବର ସୁରକ୍ଷା ସମ୍ପର୍କିତ ପାଠ୍ୟକ୍ରମ । ଏ ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । ଉଚ୍ଚଶିକ୍ଷା ଓ ଆଇଆଇଟିରେ ମଧ୍ୟ ରହିବ ବିସ୍ତୃତ ପାଠ୍ୟକ୍ରମ । ପଦକ୍ଷେପ ନେବାକୁ ସବୁ କୁଳପତିଙ୍କୁ ୟୁଜିସି ସଚିବଙ୍କ ଚିଠି ।

‘ସାଇବର୍‌ ସିକ୍ୟୁରିଟି ଆଓ୍ଵାର୍‌ନେସ୍‌’ ପ୍ରଣୟନ କରିବା ପାଇଁ ଅନୁରୋଧ କରି ଶିକ୍ଷାମନ୍ତ୍ରାଳୟ ସଚିବ ପ୍ରଫେସର୍‌ ରଜନୀଶ ଜୈନ୍‌ ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ନିକଟକୁ ପତ୍ର ଲେଖିଛନ୍ତି। ସାଇବର୍‌ ସିକ୍ୟୁରିଟି ଷ୍ଟାର୍ଟ-ଅପ୍‌ ସମ୍ବନ୍ଧୀୟ କାର୍ଯ୍ୟ କରିବାକୁ ଶୈକ୍ଷିକ ସଂଗଠନକୁ ଉତ୍ସାହ ଦେବା, ପ୍ରୋତ୍ସାହନ ଦେବା ଏବଂ ସମ୍ମାନିତ କରିବା ସହ ‘ହ୍ୟାକ୍‌ଥନ୍‌’ ଆୟୋଜନ କରିବାକୁ ମଧ୍ୟ ଏହି ପତ୍ରରେ ଉଲ୍ଲେଖ ଅଛି। ସମ୍ପୃକ୍ତ ବିଶ୍ୱବିଦ୍ୟାଳୟ ଅନୁବନ୍ଧିତ ସମସ୍ତ କଲେଜକୁ ଏ ସଂକ୍ରାନ୍ତରେ ଅବଗତ କରାଇବାକୁ ମଧ୍ୟ କୁଳପତିମାନଙ୍କୁ ଅନୁରୋଧ କରାଯାଇଛି। ‘ସାଇବର୍‌ସ୍ପେସ୍‌’ ହେଉଛି ‘ଇନ୍‌ଫର୍ମେସନ୍‌ ଆଣ୍ଡ୍‌ କମ୍ୟୁନିକେସନ୍‌ ଟେକ୍ନୋଲୋଜି’ (ଆସିଟି) ଉପକରଣ ଏବଂ ନେଟ୍‌ଓ୍ଵାର୍କ ସହାୟତାରେ ଚାଲୁଥିବା ଲୋକମାନଙ୍କ ମଧ୍ୟରେ ଭାବ ଆଦାନପ୍ରଦାନ ‘ସଫ୍‌ଟ୍‌େଓ୍ଵର୍‌ ଓ ସର୍ଭିସ୍‌’ର ଏକ ଜଟିଳ ବାତାବରଣ। ତେଣୁ, ଏଥିପ୍ରତି ଅନେକ ପ୍ରକାର ଘଟଣାଦୁର୍ଘଟଣା ରହିଛି। ଏହି ଘଟଣାଦୁର୍ଘଟଣା ଉଦ୍ଦେଶ୍ୟମୂଳକ, ଆକସ୍ମିକ, ମାନବକୃତ କିଂବା ପ୍ରାକୃତିକ ହୋଇପାରେ। ସେଥିପାଇଁ ଆଜିର ‘ନେଟ୍‌ଓ୍ଵାର୍କ ଦୁନିଆ’ରେ ‘ସାଇବର୍‌ ସିକ୍ୟୁରିଟି ଆଓ୍ଵାର୍‌ନେସ୍‌’ ଚିନ୍ତାର ପ୍ରଧାନ ବିଷୟ ହୋଇଯାଇଛି।

Spread the love