ବିଧାନସଭା ସମ୍ମୁଖରେ ୩ ଚାଷୀଙ୍କ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର : ବିଧାନସଭା ସମ୍ମୁଖରେ ପୁଣି ଆତ୍ମାହୁତି ଉଦ୍ୟମ ହୋଇଛି । ଆଠଗଡରୁ ଆସିଥିବା ୩ ଜଣ ଚାଷୀ ଶୁକ୍ରବାର ଅପରାହ୍ନରେ ବିଧାନସଭା ସମ୍ମୁଖରେ କିରୋସିନ୍ ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି । କିରୋସିନ୍ ଢାଳୁଥିବା ବେଳେ ସେଠାରେ ଉପସ୍ଥିତ ଥିବା ସୁରକ୍ଷା କର୍ମଚାରୀମାନେ ସେମାନଙ୍କୁ କାବୁ କରିଥିଲେ । ଆଠଗଡ ସମବାୟ ବ୍ୟାଙ୍କ ଋଣ ଦୁର୍ନୀତି ମାମଲାରେ ସେମାନେ ନ୍ୟାୟ ଦାବିରେ ଏଭଳି କରିଥିବା ସୂଚନା ମିଳିଛି । ସେମାନେ ଋଣ ନେଇ ନଥିଲେ ମଧ୍ୟ ସେମାନଙ୍କ ନାମରେ ଲକ୍ଷ ଲକ୍ଷ ଟଙ୍କାର ଋଣ ଜାଲିଆତି ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି । ଏଥିରେ ଆଠଗଡ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ ତାଙ୍କ ଭାଇଙ୍କ ସମ୍ପୃକ୍ତି ଥିବା ସେମାନେ ଅଭିଯୋଗ ଆଣିଛନ୍ତି । ନିକଟରେ ନୟାଗଡର ଶିଶୁକନ୍ୟା ପରୀ ହତ୍ୟା ମାମଲାରେ ତାର ବାପା ଓ ମା ବିଧାନସଭା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିଲେ ।

Spread the love