ବିଜୟ ସିହ୍ନା ବିହାର ବିଧାନସଭାର ନୂଆ ବାଚସ୍ପତି

ପାଟନା : ବିହାର ବିଧାନସଭା ବାଚସ୍ପତି ନିର୍ବାଚନରେ ​​ଏନଡିଏ ଜିତିଛି। ଗୃହରେ ଉତ୍ତେଜନା ମଧ୍ୟରେ ବୁଧବାର ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା।  ଏହି ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ୧୨୬ଟି ଭୋଟ ମିଳିଥିବା ବେଳେ ମହାଗଠବନ୍ଧନ ପ୍ରାର୍ଥୀଙ୍କୁ ୧୧୪ଟି ଭୋଟ ମିଳିଛି । ଏଥିରେ ବିଜେପି ପ୍ରାର୍ଥୀ ବିଜୟ ସିହ୍ନା  ନୂତନ ବାଚସ୍ପତି ଭାବରେ ନିର୍ବାଚିତ ହେଲେ। ପରେ ବିରୋଧୀ ଦଳର ନେତା ତେଜସ୍ୱୀ ଯାଦବ ଏବଂ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବାଚସ୍ପତିଙ୍କୁ ତାଙ୍କ ଆସନ ପର୍ଯ୍ୟନ୍ତ ପାଛୋଟି ନେବା ସହ ଶୁଭେଚ୍ଛା ଜଣାଇଥିଲେ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ବିହାରରେ ପାଞ୍ଚ ଦଶନ୍ଧି ପରେ ବାଚସ୍ପତି ପଦ ପାଇଁ ମତଦାନ ହୋଇଥିଲା। ଏହି ମତଦାନ ବେଳେ ବିରୋଧୀଦଳର ନେତା ତେଜସ୍ୱୀ ଯାଦବ କହିଥିଲେ କି ପୁରା ଦେଶ ଦେଖୁଛି ଖୋଲା ଖୋଲି ଭାବେ ଏନଡିଏ କିଭଳି ଭୋଟ ଚୋରି କରୁଛି । ସେ ଅଭିଯୋଗ କରିଥିଲେ କି, ଯେଉଁମାନେ ବିଧାନସଭାରା ସଦସ୍ୟ ନୁହନ୍ତି ସେମାନେ ମତଦାନ ବେଳେ ସେଠାରୁ ବାହାରକୁ ଯା’ନ୍ତୁ । ଏହା ସିଧା ନୀତୀଶଙ୍କୁ ଟାର୍ଗେଟ୍ କରି ତେଜସ୍ୱୀ କହିଥିଲେ । ମୁଖ୍ୟତଃ ମତଦାନ ପ୍ରକ୍ରିୟା ଉପରେ ଆରଜେଡିର ବିଧାୟକମାନେ ଅଭିଯୋଗ ଆଣିଥିଲେ । ଆରଜେଡିର ବିଧାୟକମାନେ କହିଥିଲେ କି ଗୁପ୍ତ ଭାବେ ମତଦାନ କରାଯାଉ । ଯାହା ଫଳରେ ବିଧାୟକମାନେ ନିର୍ଭୟରେ ମତଦାନ କରିପାରିବେ । ହେଲେ ତାହାକୁ ଗ୍ରହଣ କରାଯାଇ ନଥିଲା । ସେହିପରି ମତଦାନର ଠିକ୍ ପୂର୍ବରୁ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶିଲ ମୋଦୀ ଅଭିଯୋଗ କରିଥିଲେ କି ଲାଲୁ ଯାଦବ ଜେଲରୁ ଥାଇ ଏନଡିଏର ବିଧାୟକ ମାନଙ୍କୁ ମନ୍ତ୍ରୀ ପଦର ଲାଳଶା ଦେଇ ଆରଜେଡି ପ୍ରାର୍ଥୀକୁ ଭୋଟ ଦେବାକୁ ପ୍ରବର୍ତ୍ତାଉ ଥିଲେ । ଏନେଇ ବି ଏକ ଅଡିଓ କ୍ଲିପ୍ ଜାରି କରିଥିଲେ ସୁଶିଲ ମୋଦୀ ।

Spread the love