ବାହୁଡା ଯାତ୍ରା ପାଇଁ ୭୦ ପ୍ଲାଟୁନ ଫୋର୍ସ

ଭୁବନେଶ୍ୱର: ବାହୁଡା ଯାତ୍ରା ପାଇଁ ପୁରୀରେ ନିୟୋଜିତ ହେବେ ୭୦ ପ୍ଲାଟୁନ ଫୋର୍ସ । ୭୦ ପ୍ଲାଟୁନ ଫୋର୍ସ ସହ ୪ ଶହ ଅଫିସର ମଧ୍ୟ ନିୟୋଜିତ ହେବେ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ । ତେବେ ବାହୁଡା ଯାତ୍ରାରେ ରଥକୁ କେବଳ ସେବାୟତମାନେ ଟାଣିବେ ବୋଲି ସେ କହିଛନ୍ତି । ଏହାଛଡା କୋଭିଡ ନେଗେଟିଭ ରିପୋର୍ଟ ଥିବା ସେବାୟତମାନେ ରଥ ଟାଣିବେ । ବାହୁଡା ସମୟରେ ବଡ ଦାଣ୍ଡକୁ କେହି ନ ଆସିବାକୁ ବା ବାହରକୁ ନ ବାହାରିବାକୁ ଏଡିଜି କହିଛନ୍ତି ।

ତେବେ ଏହା ପୂର୍ବରୁ ବାହୁଡା ଓ ସୁନାବେଶ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ସରିଛି । ପୁରୀକୁ ସଟ ଡାଉନ ଘୋଷଣା କରାଯାଇ ବାହୁଡା ଓ ସୁନାବେଶ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ଏହାଛଡା ସମସ୍ତ ପ୍ରବେଶ ପଥ ମଧ୍ୟ ବନ୍ଦ କରାଯିବ  ।

Spread the love

Leave a Reply

Your email address will not be published. Required fields are marked *