ବାହୁଡାଯାତ୍ରା ଓ ସୁନାବେଶର ସିଧାପ୍ରସାରଣ କରିବ ଦୂରଦର୍ଶନ

ଭୁବନେଶ୍ୱର : ରଥଯାତ୍ରା ଭଳି ବାହୁଡାଯାତ୍ରା ଓ ସୁନାବେଶର ମଧ୍ୟ ସିଧାପ୍ରସାରଣ କରିବ ଦୂରଦର୍ଶନ। ଏ ସମ୍ପର୍କରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଦୂରଦର୍ଶନର ଭିଡିଓକୁ ଲିଙ୍କ ଜରିଆରେ ଅନ୍ୟ ସମସ୍ତ ଚାନେଲ ସେୟାର କରିପାରିବେ । ବିନା ଶୁଳ୍କରେ ଏହି ଭିଡିଓକୁ ଘରୋଇ ଚ୍ୟାନେଲ ଗୁଡ଼ିକ ନେଇପାରିବେ ବୋଲି ସୂଚନା ମିଳିଛି । ତେବେ ରଥଯାତ୍ରା ସମୟରେ ଦିଆଯାଇଥିବା ପାସକୁ ବର୍ତ୍ତମାନ ବାତିଲ କରାଯାଇଥିବା ନେଇ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି । ଇଚ୍ଛୁକ ଇଲୋକ୍ଟ୍ରନିକସ ଏବଂ ପ୍ରିଣ୍ଟ ଗଣମାଧ୍ୟମର ପ୍ରତିନିଧୀ ମାନେ ବାହୁଡ଼ା ଯାତ୍ରା ପାସ ପାଇଁ ଅନଲାଇନରେ ଆବେଦନ କରିପାରିବେ । ଜୁନ୍ ୨୯ ତାରିଖ ଅପରାହ୍ନ ଚାରିଟା ସୁଦ୍ଧା ଏହି ପାସ୍ ପାଇଁ ଅନଲାଇନରେ ଆବେଦନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି । 

Spread the love

Leave a Reply

Your email address will not be published. Required fields are marked *