ବାଙ୍କଚୁଡା ବେଶରେ ବିଭୂଷିତ ହେଲେ ମହାପ୍ରଭୁ

ପୁରୀ : ଆଜି ପବିତ୍ର ପଞ୍ଚୁକର ଦ୍ଵିତୀୟ ତିଥି । ଏହି ଦିନରେ ମହାପ୍ରଭୁ ବାଙ୍କଚୁଡା ବେଶରେ ବିଭୂଷିତ ହୋଇଛନ୍ତି। ଅବକାଶ ନୀତି ପରେ ଖୁଣ୍ଟିଆ, ମେକାପ ଓ ପୁଷ୍ପାଳକ ସେବାୟତମାନେ ଶ୍ରୀଜିଉଙ୍କୁ ଏହି ବେଶରେ ସଜ୍ଜିତ କରିଥାନ୍ତି ।

କିମ୍ବଦନ୍ତୀ ଅନୁଯାୟୀ ଭକ୍ତ ଅକୃର ଶ୍ରୀକୃଷ୍ଣଙ୍କୁ ମଥୁରା ନେବାପାଇଁ ଗୋପପୁରକୁ ଆସି ଏହି ବେଶରେ ଦର୍ଶନ କରିଥିଲେ। ଏଣୁ ଏହାର ସ୍ମୃତି ସ୍ୱରୂପ ଏହି ବେଶ ପଞ୍ଚୁକର ଦ୍ୱାଦଶୀ ତିଥିରେ ଅନୁଷ୍ଠିତ ହେଉଛି। ଏହି ବେଶରେ ମହାପ୍ରଭୁଙ୍କର ମସ୍ତକର ଦକ୍ଷିଣ ପାର୍ଶ୍ୱରେ ସୁନାକିଆ ଶୋଭା ପାଇଥାଏ। ଚଳିତବର୍ଷ ମହାମାରୀ କରୋନା କଟକଣା ଯୋଗୁଁ ଭକ୍ତମାନେ ଭଗବାନଙ୍କ ଏହି ବେଶ ଦେଖିବାରୁ ବଞ୍ଚିତ ହୋଇଛନ୍ତି ।

Spread the love