ବାଘ ଛାଲ ଜବତ, ୩ ଅଟକ

ବରଗଡ଼ : ବରଗଡ଼ ଭଟଲି ଛକରେ ବନବିଭାଗ ପକ୍ଷରୁ ଚଢ଼ାଉ। ବାଘ ଛାଲ ସହ ନଖ ଓ ଦାନ୍ତ ଜବତ, ୩ ଅଟକ। ଭଟଲି ଛକରେ ଡିଲ ବେଳେ ଚଢ଼ାଉ। ଏ ନେଇ ତଦନ୍ତ ଜାରି।

ବରଗଡ଼ରୁ କଲରାପତରିଆ ବାଘର ଛାଲ ଜବତ ହୋଇଛି । ବାଘ ଛାଲ ସହ ବାଘର ନଖ, ଦାନ୍ତ ଜବତ କରିଛି ଏସଟିଏଫ । ବରଗଡ଼ ଜିଲ୍ଲା ଭଟଲି ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଖଜୁରିଆ ଠାରେ ବାଘ ଛାଲ, ନଖ ଦାନ୍ତ ଆଦି ଜବତ କରିବା ସହ ୩ ଜଣଙ୍କୁ ଅଟକ ରଖିଛି ଏସଟିଏଫ। ଓ୍ବାଇଲଡ଼ ଲାଇଫ କ୍ରାଇମ କଣ୍ଟ୍ରୋଲ ଭୁବନେଶ୍ୱର ଏବଂ ଏସ ଟି ଏଫ ର ମିଳିତ ଚଢ଼ାଉ କରି ବାଘ ଛାଲ ଜବତ କରିଛନ୍ତି । ତିନି ଅଭିଯୁକ୍ତଙ୍କୁ ଅଟକ ରଖି ପଚରା ଉଚୁରା ଚାଳାଇଛନ୍ତି ଏସ୍ ଟିଏଫ୍ ଟିମ୍ । ଗିରଫ ଅଭିଯୁକ୍ତଙ୍କ ନାମ ସତ୍ୟବନ ସାହୁ , ସୋଉକି ଓ ମିତା ଭୋଇ। ସମସ୍ତଙ୍କ ଘର ବରଗଡ଼ ଜିଲ୍ଲା ଖଜୁରିଆ ଗ୍ରାମରେ ବୋଲି ଜଣାପଡ଼ିଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ୩ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।  ବାଘ କିପରି ମଲା, ଏହି ଘଟଣା କିପରି ବରଗଡ଼ ବନ ବିଭାଗ ଜାଣି ପାରିଲା ନାହିଁ ସେ ନେଇ ତଦନ୍ତ ଜାରି ରହିଛି। ନିକଟରେ ରାଜଧାନୀରୁ ଜବତ ହୋଇଥିଲା ଏକ ବାଘ ଛାଲ ।

Spread the love