ବାଇଡେନ୍ ଦୁର୍ବଳ, ଚୀନ୍ ବିରୋଧରେ ଆରମ୍ଭ କରିପାରନ୍ତି ଯୁଦ୍ଧ!

ବେଜିଂ : ଆମେରିକାର ନିର୍ବାଚିତରାଷ୍ଟ୍ରପତି ଜୋ ବାଇଡେନ୍ ତାଙ୍କ ଶାସନକାଳରେ ଯୁଦ୍ଧ ଆରମ୍ଭ କରିପାରନ୍ତି ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ଚୀନ୍ ସରକାରଙ୍କ ପରାମର୍ଶଦାତା ଝେଙ୍ଗ ୟୋଙ୍ଗନିୟାନ । ସେ କହିଛନ୍ତି, ବାଇଡେନ୍‌ଙ୍କ ସମୟରେ ଚୀନ୍ ସହ ଆମେରିକାର ସ୍ୱତଃ ସମ୍ପର୍କରେ ଉନ୍ନତି ଘଟିବ ବୋଲି ଯାହା ଆଶା କରାଯାଉଛି ସେଭଳି ବିଚାରିବା ଭୁଲ୍ । ଆମେରିକା ତରଫରୁ ସେଭଳି କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରାଯିବାର ଆଶଙ୍କା ଥିବାରୁ ଏଥିପାଇଁ ବେଜିଂ ପ୍ରସ୍ତୁତ ରହିବା ଉଚିତ୍ । ଏହା କହିଛନ୍ତି ସେନ୍‌ଝେନ୍‌ର ଆଡଭାନ୍ସଡ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଗ୍ଳୋବାଲ ଆଣ୍ଡ କନ୍‌ଟେମ୍ପୋରାରି ଚାଇନା ଷ୍ଟଡିଜ୍‌ର ଡିନ୍ ତଥା ଥିଙ୍କ୍ ଟ୍ୟାଙ୍କ ଝେଙ୍ଗ ୟୋଙ୍ଗନିୟାନ । ସେ କହିଛନ୍ତି ଚୀନ୍ ସରକାର ଆମେରିକା ସହ ସମ୍ପର୍କରେ ସୁଧାର ପାଇଁ ଯେ କୌଣସି ସୁଯୋଗର ସଦ୍‌ବ୍ୟବହାର କରିବା ଉଚିତ୍ । ଦକ୍ଷିଣଚୀନ୍ ‘ମର୍ଣ୍ଣିଂ ପୋଷ୍ଟ’ରେ ଏହା ପ୍ରକାଶପାଇଛି । ସେ କହିଛନ୍ତି ବାଇଡେନ୍ ହ୍ୱାଇଟ୍ ହାଉସକୁ ଆସିବା ପରେ ଆମେରିକାରେ ଥିବା ଚୀନ୍ ବିରୋଧୀ ହାୱାର ଫାଇଦା ନେବାକୁ ଚେଷ୍ଟା କରିବେ । ଆମେରିକା ସମାଜ ଏକ ପ୍ରକାର ଦୁଇଭାଗ ହୋଇଯାଇଛି । ବାଇଡେନ୍ ଏ କ୍ଷେତ୍ରରେ ସେଭଳି କିଛି କରିବେ ବୋଲି ଭାବୁନାହିଁ । ସେ ଆମେରିକାର ଘରୋଇ ସମସ୍ୟାଗୁଡିକର ସମାଧାନ କରିନପାରିଲେ ଜଣେ ଦୁର୍ବଳ ରାଷ୍ଟ୍ରପତି ଭାବେ ବିବେଚିତ ହେବେ । ଯଦି ଆମେ କହିବା, ଟ୍ରମ୍ପ ଗଣତନ୍ତ୍ର ଓ ସ୍ୱାଧୀନତାର ବିକାଶ ପାଇଁ ଆଗ୍ରହୀ ନଥିଲେ କିନ୍ତୁ ବାଇଡେନ୍ ସେଥିପ୍ରତି ଆଗ୍ରହୀ ହେବେ । ଟ୍ରମ୍ପ ଯୁଦ୍ଧ ପାଇଁ ଆଗ୍ରହୀ ନୁହଁନ୍ତି କିନ୍ତୁ ଡେମୋକ୍ରାଟିକ୍ ରାଷ୍ଟ୍ରପତି ଯୁଦ୍ଧ ଆରମ୍ଭ କରିପାରନ୍ତି । ଡୋନାଲ୍ଡ ଟ୍ରମ୍ପଙ୍କ ଶାସନ ସମୟରେ ଚୀନ୍ ଓ ଆମେରିକା ସମ୍ପର୍କରେ ବିଭିନ୍ନ କାରଣରୁ ଅବନ୍ନତି ଘଟିଛି । କୋଭିଡ୍ ପରିସ୍ଥିତିର ମୁକାବିଲା, ବାଣିଜ୍ୟ କାରବାର ଓ ମାନବାଧିକାର ଆଦି ବିଭିନ୍ନ ପ୍ରସଙ୍ଗକୁ କେନ୍ଦ୍ର କରି ଦୁଇ ଦେଶର ସମ୍ପର୍କ ବିଗିଡିଯାଇଛି ବୋଲି ଝେଙ୍ଗ କହିଛନ୍ତି ।

Spread the love