ଫୋନ୍‌ରେ କଥାହୋଇ ଗାଡ଼ି ଚଳାଇଲେ ରଦ୍ଦହେବ ଲାଇସେନ୍ସ

ଭୁବନେଶ୍ୱର : ରାଜ୍ୟରେ ଦୁର୍ଘଟଣା ହ୍ରାସ କରିବାକୁ ରାଜ୍ୟ ସରକାର ପୂର୍ବରୁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏପରିକି ଡେଲମେଟ୍ ନପିନ୍ଧି ଗାଡି ଚଳାଇଲେ ଲାଇସେନ୍ସ ବାତିଲ କରାଯିବ ବୋଲି ମଧ୍ୟ ନିଷ୍ପତ୍ତି ହୋଇଛି । ତେବେ ବର୍ତ୍ତମାନ ନିୟମକୁ ଅଧିକ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ହୋଇଛି । ଏଣିକି ଗାଡି ଚଳାଇବା ସମୟରେ ଯଦି ଚାଳକ ଫୋନ୍‌ରେ କଥା ହୁଅନ୍ତି, ତେବେ ତାଙ୍କର ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସବୁଜିଲ୍ଲାର ଏସ୍‌ପି ଟ୍ୱିନ୍ ସିଟିର ଡିସିପିଙ୍କୁ ଚିଠି ଲେଖାଯାଇଛି । ହେଲମେଟ୍ ଆଇନ୍ ଅନୁସାରେ ନିୟମ ନମାନିଲେ ୩ମାସ ଲାଗି ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ଲାଗି କୁହାଯାଇଛି । ଧାର୍ଯ୍ୟ ଗତିଠାରୁ ଅଧିକ ସ୍ପିଡ୍‌ରେ ଗାଡ଼ି ଚଳାଇବା, ଟ୍ରାଫିକ୍‌ରେ ନାଲିବତି ଡେଇଁବା, ମାଲ ପରିବହନ ଗାଡ଼ିରେ ଓଭର୍‌ଲୋଡିଂ ଏବଂ ଲୋକଙ୍କୁ ପରିବହନ, ମଦ କିମ୍ବା ଅନ୍ୟ ନିଶାଦ୍ରବ୍ୟ ସେବନକରି ଗାଡ଼ି ଚଳାଇବା, ଗାଡ଼ି ଚଳାଇବାବେଳେ ମୋବାଇଲ୍ ଫୋନ୍‌ର ବ୍ୟବହାର କରିବା ଏବଂ ବିନା ହେଲମେଟ୍‌ରେ ଦୁଇଚକିଆ ଯାନ ଚଳାଇବାବେଳେ ଧରାପଡ଼ିଲେ ଏଣିକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Spread the love