ଫିକା ପଡ଼ିଲା କାର୍ତ୍ତିକ ପୂର୍ଣ୍ଣିମା: ଏଥର ଶୁଭିଲାନି ‘ଆ କା ମା ବୈ… ପାନ ଗୁଆ ଥୋଇ’

  • ଆଜି କାର୍ତ୍ତିକ ପୂର୍ଣ୍ଣିମା ଓ ପଞ୍ଚକର ଶେଷ ଦିନ

ଭୁବନେଶ୍ୱର : ଆଜି କାର୍ତ୍ତିକ ପୂର୍ଣ୍ଣିମା ଓ ପଞ୍ଚକର ଶେଷ ଦିନ। କୋଭିଡ କଟକଣା ଯୋଗୁଁ ଏ ବର୍ଷ ଡଙ୍ଗାଭସା ଉତ୍ସବ ମନା। ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ ଓ ଡଙ୍ଗାଭସା ଉତ୍ସବ ମନା।  ମନ୍ଦିରରେ ଦଅଁ ଦର୍ଶନ ଉପରେ ବି ରହିଛି କଟକଣା। ବିିଭିନ୍ନ ସ୍ଥାନରେ ଜଗିଛନ୍ତି ପୋଲିସ। ଫିକା ପଡ଼ିଲା କାର୍ତ୍ତିକ ପୂର୍ଣ୍ଣିମା। ଫଳରେ ଏଥର ଶୁଭିଲାନି ‘ଆ କା ମା ବୈ… ପାନ ଗୁଆ ଥୋଇ’।

କରୋନା ଯୋଗୁଁ ଫିକା ପଡ଼ିଛି ପରମ୍ପରା ପାଳନ । କରୋନା କଟକଣା ଯୋଗୁଁ ପ୍ରଭାବିତ ବୋଇତ ବନ୍ଧାଣ । ରାଜଧାନୀର ସମସ୍ତ ଜଳାଶୟ, ପୁସ୍କରଣୀ, ନଦୀରେ ଡଙ୍ଗା ଭସାଣ ଉପରେ କଟକଣା ଜାରି କରାଯାଇଛି । କେତେ କିଛି ସ୍ଥାନରେ କଟକଣା ନମାନି କୋଇତ ବନ୍ଧାଣ କରୁଥିବା ଦେଖିବାକୁ ମିଳିଛି । ଏପଟେ ଗାଇଡଲାଇନକୁ ପାଳନ କରି  କରୋନା ମୁକାବିଲାରେ ସରକାରଙ୍କୁ ସହଯୋଗ କରିବା ପାଇଁ ରାଜଧାନୀବାସୀଙ୍କୁ ଅପିଲ କରିଛି କମିସନରେଟ ପୁଲିସ । ତେବେ କଟକଣା ସତ୍ୱେ ବୋଇତ ବନ୍ଧାଣ ହେବାର ଆଶଙ୍କାକୁ ଏଡାଇବା ପାଇଁ ସାର୍ବଜନୀନ ସ୍ଥଳରେ ପୁଲିସ ମୁତୟନ ହୋଇଛନ୍ତି ।

Spread the love