ଫରେଷ୍ଟ କଲୋନୀରେ ବିସ୍ଫୋରଣ : ଜଣେ ଗୁରୁତର

ଢେଙ୍କାନାଳ : ଢେଙ୍କାନାଳ ଫରେଷ୍ଟ କଲୋନୀରେ ଏକ ଭୟଙ୍କର ବିସ୍ଫୋରଣ ହୋଇଯାଇଛି । ଉକ୍ତ ବିସ୍ଫୋରଣରେ ପୁରୁଣା ପରେଷ୍ଟ ରେଞ୍ଜ ଅଫିସ୍ ରେ ହାତୀ ଘଉଡ଼ାଇବା ସ୍କ୍ୱାର୍ଡ଼ର ଜଣେ କର୍ମଚାରୀ ଗୁରୁତର ଭାବରେ ଆହତ ହୋଇଛନ୍ତି । ଗୁରୁତର ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଁଚି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ।ସୂଚନା ଅନୁଯାୟୀ , ହାତୀ ଘଉଡ଼ାଇବା ପାଇଁ ବାଣ ବିସ୍ଫୋରଣ ରଖାଯାଇଥିବା ସୂଚନା ମିଳିଛି । ବିସ୍ଫୋରଣ ଦ୍ୱାରା ସମ୍ପୂର୍ଣ୍ଣ ଘର ଭାଙ୍ଗି ଯାଇଥିବା ଦେଖାଯାଇଛି । ଘଟଣା ସମ୍ପର୍କରେ ଖବର ପାଇ ପୁଲିସ୍ ଓ ଅଗ୍ନିଶମ ବାହିନୀ କର୍ମଚାରୀ ଗୁରୁତର କର୍ମଚାରୀଙ୍କୁ ଉଦ୍ଧାର କରି ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *