ପ୍ରଧାନମନ୍ତ୍ରୀଙ୍କ ବାରାଣସୀ ଗସ୍ତ ଆଜି

ବାରାଣାସୀ : ପବିତ୍ର ଦେବ ଦୀପାବଳି ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ତାଙ୍କର ଲୋକସଭା ନିର୍ବାଚନୀ କ୍ଷେତ୍ର ବାରାଣସୀ ଗସ୍ତରେ ଯିବେ ବୋଲି ଜଣାପଡିଛି । ଏହି ଅବସରରେ ମୋଦୀ ବାରାଣାସୀ ସହରର ବିକାଶ ନିମନ୍ତେ ଉଦ୍ଦିଷ୍ଟ ଏକାଧିକ ପ୍ରକଳ୍ପର ଉଦ୍‌ଘାଟନ କରିବେ । ମୋଦୀଙ୍କ ସାତ ଘଣ୍ଟାର ରହଣି ମଧ୍ୟରେ ସେ ବିଶ୍ୱନାଥ କରିଡରରେ ଆୟୋଜିତ ହେବାକୁ ଥିବା ଦେବ ଦୀପାବଳି ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହାବ୍ୟତୀତ ସାରନାଥରେ ଅନୁଷ୍ଠିତ ହେଉଥିବା ‘ଲାଇଟ୍ ଆଣ୍ଡ୍ ସାଉଣ୍ଡ’ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରସାରିତ ମହାତ୍ମା ବୁଦ୍ଧଙ୍କ ବାଣୀ ଓ ଉପଦେଶକୁ ମଧ୍ୟ ସେ ଉପଭୋଗ କରିବେ । ମୋଦୀଙ୍କ ଗସ୍ତ ପାଇଁ ସ୍ଥାନୀୟ ପ୍ରଶାସନ ତତ୍ପର ହୋଇପଡିଥିବାବେଳେ ବ୍ୟାପକ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Spread the love