ପୋଲ ତଳକୁ ଖସି ଜଣେ ଆଇଆରବି ଯବାନ ମୃତ

ଜୁନାଗଡ଼: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ନାନ୍ଦୋଳ-କେନ୍ଦୁପାଟି ରାସ୍ତା ମଧ୍ୟରେ ଥିବା ଏକ ପୋଲ ତଳକୁ ଖସି ପଡି ଜଣେ ଆଇଆରବି ଯବାନଙ୍କ ମୃତ୍ୟୁ ହୋଇଛି । ସୂଚନା ଯେ, ଜୁନାଗଡ଼ ବ୍ଲକ ଜାରିଙ୍ଗ ସ୍ଥିତ ନବମ ଆଇଆରବି ଯବାନ ବିଶ୍ୱଜିତ ମଙ୍ଗରାଜ ଶୁକ୍ରବାର ରାତିରେ ନିଜ ଗାଁକୁ ଯାଉଥିଲେ । ଜୁନାଗଡ଼ ବ୍ଲକ ନାନ୍ଦୋଳ–କେନ୍ଦୁପାଟି ରାସ୍ତା ମଧ୍ୟରେ ଥିବା ଏକ ପୋଲ ନିକଟରେ ଭାରସାମ୍ୟ ହରାଇ ତଳକୁ ପଡିଯାଇଥିଲେ । ରାତି ସମୟ ହୋଇଥିବା ଯୋଗୁଁ କେହି ଜାଣିବାକୁ ପାଇ ନ ଥିଲେ କି ଉଦ୍ଧାର ମଧ୍ୟ କରି ପାରି ନ ଥିଲେ । ପୋଲରେ ପାଣି ଥିବା ଯୋଗୁଁ ଘଟଣା ସ୍ଥଳରେ ବିଶ୍ୱଜିତଙ୍କ ମୃତ୍ୟୁ ଘଟିଛି । ଶନିବାର ସକାଳେ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *