ପୋଲ ତଳକୁ ଓଲଟିଲା ଟ୍ରକ୍‌ ଅଳ୍ପକେ ବର୍ତିଲେ ଡ୍ରାଇଭର

ଚୌଦ୍ୱାର : ଚୌଦ୍ୱାର ଥାନା ଅନ୍ତର୍ଗତ ନୁନ୍‌ଟିକିରୀ ନିକଟ ଚାଉଳିଆ ପୋଲ ନିକଟରେ ଏକ ପାଉଁଶ ବୋଝେଇ ଟ୍ରକ୍‌ ପୋଲ ତଳକୁ ଓଲଟି ପଡ଼ିଛି । ଏହି ଦୁର୍ଘଟଣାରେ ଡ୍ରାଇଭର ଅଳ୍ପକେ ରକ୍ଷା ପାଇଯାଇଛନ୍ତି ।

ନାଲ୍‌କୋରୁ ଯାଜପୁର ଅଭିମୁଖେ ଯାଉଥିବା (ଓଡି୧୯ଏମ୍‌୩୯୫୧) ପାଉଁଶ ବୋଝେଇ ଟ୍ରକଟି ଭାରସାମ୍ୟ ହରାଇ ଚାଉଳିଆ ତଳକୁ ଖସି ପଡ଼ିଥିଲା । ଦୁର୍ଘଟଣାରେ ଟ୍ରକ୍‌ ଡ୍ରାଇଭର ଆହତ ହୋଇଛନ୍ତି । ଖବରପାଇ ଚୌଦ୍ୱାର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଡ୍ରାଇଭରଙ୍କୁ ଡାକ୍ତରଖାନା ପଠାଇଥିଲେ । ଉକ୍ତ ପୋଲର ବାଡା ଭାଙ୍ଗିଯାଇଛି । ଦୁଇ ପାଶ୍ୱର୍ରେ କୌଣସି ସଂକେତ ନାହିଁ । ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Spread the love