ପୃଥିବୀର ଜୀବମାନଙ୍କୁ ରହିବାପାଇଁ ନିଜର ସୌରଜଗତରେ ଏକ ନୂତନ ଗ୍ରହ ମିଳିପାରେ |

ପୃଥିବୀର ଜୀବମାନଙ୍କୁ ରହିବାପାଇଁ ନିଜର ସୌରଜଗତରେ ଏକ ନୂତନ ଗ୍ରହ ମିଳିପାରେ | ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ପୃଥିବୀର କିଛି ଜୀବ ଏହି ଗ୍ରହରେ ରହିପାରିବେ | ଏହି ଗ୍ରହର ନାମ ହେଉଛି ମଙ୍ଗଳ | ମଙ୍ଗଳ ଗ୍ରହର ବାତାବରଣରେ ପୃଥିବୀର କିଛି ଜୀବ ନିଜକୁ ବଞ୍ଚାଇପାରିବେ | ସେଠି ରହିପାରିବେ |ଆସନ୍ତୁ ଜାଣିବା ଯେ ପ୍ରକୃତରେ କେଉଁ ଆଧାରରେ ବୈଜ୍ଞାନିକମାନେ ଏହି ବଡ ଦାବି କରିଛନ୍ତି ?

ସାରା ଦୁନିଆର ବୈଜ୍ଞାନିକ ବିଶ୍ୱାସ କରୁଛନ୍ତି ଯେ ମଙ୍ଗଳ ଗ୍ରହରେ କୋଟି କୋଟି ବର୍ଷ ପୂର୍ବେ ଜୀବନ ରହୁଥିଲା | ଏହାର ପ୍ରମାଣ ମଧ୍ୟ ମିଳିଛି | ଏହି ପରିପ୍ରେକ୍ଷୀରେ ଆମେରିକୀୟ ଅନ୍ତରୀକ୍ଷ ଏଜେନ୍ସି ନାସାର ମାର୍ସ କ୍ୟୁରିୟୋସିଟି ରୋଭର କହିଥିଲା ଯେ ମଙ୍ଗଳ ଗ୍ରହରେ ବନ୍ୟା ଆସିଥିଲା | ସେଠାରେ କିଛି ସୁକ୍ଷ୍ମ ଜୀବ ରହିଥିବାର କିଛି ପ୍ରମାଣ ମଧ୍ୟ ମିଳିଛି |

ମଙ୍ଗଳ ଗ୍ରହରେ ପୃଥିବୀର କେଉଁ ଜୀବ ରହିପାରିବେ, ଏହାକୁ ନେଇ ୟୁନିଭରସିଟି ଅଫ ଆର୍କାସାସର ସେଣ୍ଟର ଫର ସ୍ପେସ୍ ଆଣ୍ଡ ପ୍ଲାନେଟାରୀ ସାଇନ୍ସର ଅନୁସନ୍ଧାନକାରୀମାନେ ଏକ ଅଧ୍ୟୟନ କରିଥିଲେ | ସେ କହିଥିଲେ ଯେ ପୃଥିବୀରେ ମିଳୁଥିବା ଚାରି ପ୍ରଜାତିର ଜୀବ ମଙ୍ଗଳ ଗ୍ରହରେ ରହିପାରିବେ |

ମଙ୍ଗଳ ଗ୍ରହରେ ରହିବା ଅତ୍ୟନ୍ତ କଷ୍ଟକର ଅଟେ | ସେଠାରେ ବହୁତ କମ ଚାପର ବାୟୁମଣ୍ଡଳ ରହିଛି | ଏହାସହିତ ବାତାବରଣ ଓ ପାଗ ଅତ୍ୟନ୍ତ ଅସୁରକ୍ଷିତ ଏବଂ ଦ୍ରୁତ ଗତିରେ ପରିବର୍ତ୍ତନ ହୋଇଥାଏ | ଏପରି ପରିସ୍ଥିତିରେ ପୃଥିବୀରେ ରହୁଥିବା ଜୀବମାନେ ସେଠାରେ ରହିବା ବହୁତ କଷ୍ଟକର | କିନ୍ତୁ ପୃଥିବୀରେ ଉପସ୍ଥିତ ଥିବା ଚାରି ପ୍ରଜାତିର ମାଇକ୍ରୋ ଅଣୁଜୀବ ତଥା ସୁକ୍ଷ୍ମ ଜୀବ ସେଠାରେ ରହିବାକୁ ଉପଯୁକ୍ତ |

ୟୁନିଭରସିଟି ଅଫ ଆର୍କାସାସର ଅନୁସନ୍ଧାନକାରୀମାନଙ୍କ ଅଧ୍ୟୟନ ରିପୋର୍ଟରେ ଅରିଜିନ୍ସ ଅଫ ଲାଇଫ ଆଣ୍ଡ ଇଭୋଲ୍ୟୁସନ ଅଫ୍ ବାୟୋସଫେରସ (Origins of Life and Evolution of Biospheres) ପତ୍ରିକାରେ ପ୍ରକାଶ ପାଇଛି | ଏଥିରେ କୁହାଯାଇଛି ଯେ ପୃଥିବୀରେ ଉପଲବ୍ଧ କେଉଁ ପ୍ରକାର ଜୀବ ମଙ୍ଗଳ ଗ୍ରହରେ ରହିପାରିବେ |

ପୃଥିବୀର ଯେଉଁ ଜୀବ ମଙ୍ଗଳ ଗ୍ରହରେ ରହିପାରିବେ, ସେମାନଙ୍କୁ ମିଥାନୋଜେନ୍ସ କୁହାଯାଏ | ଏଗୁଡ଼ିକ ବହୁତ ପ୍ରାଚୀନ ସୁକ୍ଷ୍ମ ଜୀବ ଅଟନ୍ତି, ଯିଏକି କୌଣସି ପ୍ରକାରର ନିମ୍ନ ଚାପ ବାତାବରଣରେ ରହିବା ପାଇଁ ଯୋଗ୍ୟ ଅଟନ୍ତି | ସେମାନଙ୍କୁ ଅମ୍ଳଜାନ ଆବଶ୍ୟକ ହୋଇନଥାଏ |

ଏମାନେ ଖରାପରୁ ଅତିଖରାପ ବାତାବରଣରେ ନିଜକୁ ବଞ୍ଚାଇପାରିବେ |

ପୃଥିବୀରେ ମିଥାନୋଜେନ୍ସ ଆର୍ଦ୍ର ସ୍ଥାନରେ, ସମୁଦ୍ରରେ ଯାହାକି ପଶୁମାନଙ୍କର ହଜମ ପ୍ରକ୍ରିୟାରେ ମିଳିଥାନ୍ତି | ସେମାନେ ହାଇଡ୍ରୋଜେନ ଏବଂ କାର୍ବନ ଡାଇଅକ୍ସାଇଡ ଖାଆନ୍ତି ଏବଂ ମଳ ବଦଳରେ ମିଥେନ ଗ୍ୟାସ ବାହାର କରନ୍ତି | ନାସାର ଅନେକ ମିଶନରୁ ଏହି କଥା ସ୍ପଷ୍ଟ ହୋଇଛି ଯେ ମଙ୍ଗଳ ଗ୍ରହର ବାୟୁମଣ୍ଡଳରେ ମିଥେନ ଗ୍ୟାସ ପ୍ରଚୁର ମାତ୍ରାରେ ରହିଛି | ତେବେ ଏହି କଥା ଜଣାପଡିନାହିଁ ଯେ ସେଠାରେ ଏତେ ପରିମାଣର ମିଥେନ ଗ୍ୟାସ କେଉଁଠୁ ବାହାରୁଛି |

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ଓ ଏମିତି ସମସ୍ତ ଖବର ଅପଡେଟ ପାଇବା ପାଁଇ ଆମ ପେଜ କୁ ଲାଇକ କରନ୍ତୁ

Spread the love