ପୁରୁଷ ବନ୍ଧ୍ୟାକରଣ ପକ୍ଷ ସଚେତନତା ସଭା ଅନୁଷ୍ଠିତ

ବାଲେଶ୍ୱର : ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସମ୍ମିଳନୀ କକ୍ଷରେ ପୁରୁଷ ବନ୍ଧ୍ୟାକରଣ ପକ୍ଷ ପାଳନ ଅବସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଜିଲା ସ୍ୱାସ୍ଥ୍ୟ ସମିତି ବାଲେଶ୍ୱର ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସଭାରେ ସହକାରୀ ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ପରେଶ ଚନ୍ଦ୍ର ନନ୍ଦୀ ଅଧ୍ୟକ୍ଷତା କରି ପୁରୁଷ ବନ୍ଧ୍ୟାକରଣ ସମ୍ପର୍କରେ ଜନ ସଚେତନତା ସୃଷ୍ଟି ଉପରେ ଗୁରତ୍ୱାରୋପ କରିଥିଲେ । ଚଳିତବର୍ଷ ନଭେମ୍ବର ୨୧ତାରିଖରୁ ଡିସେମ୍ବର ୪ତାରିଖ ପର୍ଯ୍ୟନ୍ତ ପୁରୁଷ ବନ୍ଧ୍ୟାକରଣ ପକ୍ଷ ପାଳନ ହେଉଥିବା ବେଳେ ଏ ବର୍ଷର ବାର୍ତା “ପରିବାର ନିୟୋଜନରେ ପୁରୁଷଙ୍କ ଭାଗିଦାରୀ, ଜୀବନରେ ଆଣେ ସ୍ୱାସ୍ଥ୍ୟ ଓ ଖୁସିର ଲହରୀ” ସମ୍ପର୍କରେ ଆଲୋଚନା କରାଯାଇଥିଲା । ପୁରୁଷ ବନ୍ଧ୍ୟାକରଣ ସଚେତନତା ପାଇଁ ପ୍ରତ୍ୟେକ ବ୍ଲକରେ ସଚେତନତା ରଥ ବୁଲି ଲୋକଙ୍କୁ ସଚେତନ କରିବା ସହିତ ପୋଷ୍ଟର, ଲିଫଲେଟ୍‌, ହୋର୍ଡିଂ ମାଧ୍ୟମରେ ମଧ୍ୟ ପ୍ରଚାର କରାଯିବ । ଏଥିସହିତ ପକ୍ଷ ପାଳନ ଅବସରରେ ପୁରୁଷ ବନ୍ଧ୍ୟାକରଣ ଅସ୍ତ୍ରୋପଚାର ମଧ୍ୟ କରାଯିବ । ଏହି ସଚେତନତା କାର୍ଯ୍ୟକ୍ରମରେ ଡା. ମମତା ସାହୁ, ଡିପିଏମ୍ ଅନୀଲ ମହାନ୍ତି, ଡିଏମଆରସିଏଚ୍ ଏଲିନା ସାମଲ, ଆଶା ପରାମର୍ଶଦାତା ସତ୍ୟଜିତ୍ ରାୟ ପ୍ରମୁଖ ଯୋଗ ଦେଇଥିବା ବେଳେ ସହକାରୀ ଜିଲା ଜନସ୍ୱାସ୍ଥ୍ୟ ସୂଚନା ଅଧିକାରୀ ରମଣୀକାନ୍ତ ଭଞ୍ଜ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love