ପୁରୀରେ କର୍ଫ୍ୟୁ କୋହଳ

ପୁରୀ : ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଘୋଷଯାତ୍ରାକୁ ଶୃଙ୍ଖଳିତ ଭାବେ କରିବା ନେଇ ପୁରୀ ଜିଲାରେ ଏକ ପ୍ରକାର କର୍ଫ୍ୟୁ ଲଗାଯାଇଥିଲା। ଏହାକୁ ମଙ୍ଗଳବାର ସନ୍ଧ୍ୟା ୭ଟାରୁ କର୍ଫ୍ୟୁ କୋହଳ କରାଯାଇଥିବା ଜିଲାପାଳ ବଲଓ୍ବନ୍ତ ସିଂ ସୂଚନା ଦେଇଛନ୍ତି। ହେଲେ କେବଳ କିଛି ସ୍ଥାନରେ କର୍ଫ୍ୟୁ ବଳବତ୍ତର ରହିବ। ବଡ଼ଶଙ୍ଖଠାରୁ ମାଟିଆପଡ଼ା ବସ୍‌ଷ୍ଟାଣ୍ଡ ଗୋଲେଇ ଅଞ୍ଚଳରେ କର୍ଫ୍ୟୁ ରହିବ। ଗୁଣ୍ଡିଚା ମନ୍ଦିର ନିକଟକୁ ତିନି ରଥ ଆସିଯାଇଥିବାରୁ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ଜିଲାପାଳ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *