ପୁଣି ମିଜୋରାମରେ ଭୂମିକମ୍ପ

ମିଜୋରାମ : ମିଜୋରାମରେ ପୁଣି ଥରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୪.୫ ରହିଛି । ବୁଧବାର ବିଳମ୍ବିତ ରାତି ପ୍ରାୟ ୧ଟା ୧୪ମିନିଟ୍ ସମୟରେ ଏହ।ଅନୁଭୂତ ହୋଇଥିଲା । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ ମିଜୋରାମର ଚମ୍ପାଇଠାରୁ ୨୧ କିଲୋମିଟର ଦକ୍ଷିଣରେ ଥିଲା ।

ସୂଚନାଯୋଗ୍ୟ ଯେ ବୁଧବାର ସକାଳେ ମିଜୋରାମରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ବିପର୍ଯ୍ୟୟ ପରିଚାଳନା ଅଧିକାରୀଙ୍କ କହିବା ଅନୁସାରେ ଭୂମିକମ୍ପ ଯୋଗୁଁ କୌଣସି ଜୀବନହାନି କିମ୍ବା ସମ୍ପତ୍ତି ନଷ୍ଟ ହେବାର ଖବର ଆସିନାହିଁ । ଗତ ରବିବାର ଠାରୁ ମିଜୋରାମରେ ଭୂମିକମ୍ପ ଝଟକା ଅନୁଭୂତ ହେଉଛି। ବୁଧବାର ଚତୁର୍ଥ ଦିନରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ସୋମବାର ପୂର୍ବ ମିଜୋରାମର ଚମ୍ପାଇ ଅଞ୍ଚଳରେ ଏବଂ ମିଆଁମାର ସୀମାନ୍ତରେ ଥିବା ଅନ୍ୟ ଉତ୍ତର-ପୂର୍ବ ରାଜ୍ୟରେ ୫.୫ ତୀବ୍ରତାର ଭୂମିକମ୍ପ ଯୋଗୁଁ କୋଠା ଏବଂ ଗୁରୁତ୍ବର୍ଣ୍ଣ ପ୍ରତିଷ୍ଠାନ କ୍ଷତିଗ୍ରସ୍ତ ହୋଇଥିଲା । ମଙ୍ଗଳବାର ଦିନ ହୋଇଥିବା ଏହି ଭୂମିକମ୍ପର କେନ୍ଦ୍ର ଦକ୍ଷିଣ ମିଜୋରାମର ମିଆଁମାର ନିକଟବର୍ତ୍ତୀ ଜିଲ୍ଲା ଲୁଙ୍ଗଲେରେ ହୋଇଥିଲା । ଏଥିରେ କୌଣସି ପ୍ରକାରର କ୍ଷୟକ୍ଷତି ହୋଇନଥିଲା ।

Spread the love

Leave a Reply

Your email address will not be published. Required fields are marked *