ପୁଣି ବଢ଼ିଲା ପେଟ୍ରୋଲ୍‌ ଓ ଡିଜେଲ୍ ଦର

ନୂଆଦିଲ୍ଲୀ: ପୁଣି ବଢ଼ିଲା ତୈଳ ଦର। ପେଟ୍ରୋଲ୍‌ ଲିଟର ପିଛା ୨୫ ପଇସା ବଢ଼ିଥିବା ବେଳେ ଡିଜେଲ୍ ଲିଟର ପିଛା ୨୧ ପଇସା ବୃଦ୍ଧି ପାଇଛି। ଏହା ସହିତ ଲଗାତାର ୨୧ ଦିନ ହେଲା ଉଭୟ ପେଟ୍ରୋଲ୍ ଓ ଡିଜେଲ୍‌ ଦର ବଢ଼ି ଚାଲିଛି। ଏହି ୨୧ ଦିନରେ ଡିଜେଲ୍ ଲିଟର ପିଛା ୧୧ ଟଙ୍କା ବଢ଼ିଥିବା ବେଳେ ପେଟ୍ରୋଲ୍ ୯.୧୨ ଟଙ୍କା ବୃଦ୍ଧି ପାଇଛି।

ଶନିବାର ପୁଣି ବୃଦ୍ଧି ପାଇଛି ପେଟ୍ରୋଲ ଓ ଡ଼ିଜେଲ ଦର। ପୋଟ୍ରାଲ ଲିଟର ପିଛା ୨୫ ପଇସା ଓ ଡ଼ିଜେଲ ଲିଟର ପିଛା ୨୧ ପଇସା ବୃଦ୍ଧି ପାଇଛି। ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୦ ଟଙ୍କା ୩୮ ପଇସା ଓ ଡ଼ିଜେଲ ଦର ୮୦ ଟଙ୍କା ୪୦ ପଇସା ହୋଇଛି। ମୁମ୍ବଇରେ ପେଟ୍ରୋଲ ୮୭ ଟଙ୍କା ୧୪ ପଇସା. ଡ଼ିଜେଲ ୭୮ଟଙ୍କା ୭୧ ପଇସା। ଚେନ୍ନାଇ ଓ କଲକାତାରେ ପେଟ୍ରୋଲ ଯଥାକ୍ରମେ ୮୩.୫୯ ଓ ୮୨.୦୫ ଓ ଡ଼ିଜେଲ ଦର ଲିଟର ପିଛା ୭୭.୬୧ ଓ ୭୫.୫୨ ଟଙ୍କା ରହିଥିବା ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *