ପିପିଲିକୁ ଗଡ଼ିଲା ମୋ ବସ୍

ଭୁବନେଶ୍ୱର : ବହୁ ଦିନ ପରେ ମାଷ୍ଟର କ୍ୟାଣ୍ଟିନରୁ ପିପିଲି ଦାଣ୍ଡମୁକୁନ୍ଦପୁର କୁ ଚାଲିଲା ମୋ ବସ୍ । ପ୍ରଥମ ପଯ୍ୟା ୟରେ ୪ ଟି ରୁଟ୍ ରେ ବସ୍ ଗଡ଼ିବାକୁ ଅନୁମତି ଥିବା ବେଳେ ପ୍ରତି ୪୦ ମିନିଟ୍ ବ୍ୟବଧାନରେ ଏହା ଗଡ଼ିବ । ଗୁରୁବାର ସକାଳେ ମୋ ବସ୍ ଗଡ଼ିବା ନେଇ ପିପିଲି ବିଧାୟକ ପ୍ରଦୀପ ମହାରଥି ଖୁସି ପ୍ରକାଶ କରିଥିଲେ । ବସ୍ ଚାଲିବା ଦ୍ୱାରା ଛାତ୍ରଛାତ୍ରୀ , ସିନିୟର ସିଟିଜେନ, ଶ୍ରମିକ ଓ ଅନ୍ୟମାନେ ମଧ୍ୟ ଉପକୃତ ହେବେ ।ଭୁବନେଶ୍ୱର ରୁ ପୁରୀକୁ ବହୁ ବସ୍ ଚାଲୁଥିଲେ ମଧ୍ୟ କୌଣସି ବି ବସ୍ ଦାଣ୍ଡମୁକୁନ୍ଦପୁର ଠାରେ ଅଟକନ୍ତି ନାହିଁ । କିନ୍ତୁ ଏଥର ଦାଣ୍ଡମୁକୁନ୍ଦପୁର ର ଲୋକେ ଉପକୃତ ହେବେ । ବସ୍ ଭଡ଼ା ଭୁବନେଶ୍ୱରରୁ ଦାଣ୍ଡମୁକୁନ୍ଦପୁରକୁ ୩୦ ଟଙ୍କା ରହିଛି । କୌଣସି ବି ଯାତ୍ରୀ ବିନା ମାସ୍କରେ ଯାଇପାରିବେନି । ବସ୍ ରେ ନୋ ମାସ୍କ ନୋ ଏଣ୍ଟ୍ରି ପ୍ରଥାକୁ ଲାଗୁ କରାଯାଇଛି । ମାଷ୍ଟରକ୍ୟାଣ୍ଟିନ ଷ୍ଟାଣ୍ଡରେ ପ୍ରତିଦିନ ବସ୍ ଗୁଡ଼ିକୁ ସାନିଟାଇଜ୍ କରାଯିବ ।

Spread the love

Leave a Reply

Your email address will not be published. Required fields are marked *