ପରି ମୃତ୍ୟୁ ମାମଲା; ଆଜି ବିଧାନସଭାରେ ଉତ୍ତର ରଖିବେ ଗୃହ ରାଷ୍ଟ୍ରମନ୍ତ୍ରୀ

  • ଉତ୍ତର ରଖିବା ନେଇ ବାଚସ୍ପତି ଦେଇଥିଲେ ରୁଲିଂ

ଭୁବନେଶ୍ୱର : ନୟାଗଡ ପରି ମୃତ୍ୟୁ ଘଟଣାରେ, କ୍ୟାବିନେଟ ମନ୍ତ୍ରୀଙ୍କ ନାଁରେ ଅଭିଯୋଗ ଆଣି ଦମ୍ପତି ଆତ୍ମହୁତି ଉଦ୍ୟମ କରିବା ପ୍ରସଙ୍ଗରେ ବୁଧବାର ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଉତ୍ତର ରଖିବେ । ଏନେଇ ମଙ୍ଗଳବାର ବାଚସ୍ପତି ରୁଲିଂ ଦେଇଥିଲେ । ଝିଅର ହତ୍ୟା ପାଇଁ ବାପା ଓ ମା ନୟାଗଡ ବିଧାୟକ ତଥା ମନ୍ତ୍ରୀ ଅରୁଣ ସାହୁଙ୍କୁ ଦାୟୀ କରିଛନ୍ତି । ମନ୍ତ୍ରୀଙ୍କ ପାଖ ଲୋକମାନେ ଝିଅକୁ ହତ୍ୟା କରିଥିବାବେଳେ ମନ୍ତ୍ରୀ କିଛି କରୁ ନାହାନ୍ତି ବରଂ ଅପରାଧୀଙ୍କୁ ସୁରକ୍ଷା ଦେଉଥିବା ସଂଗୀନ ଅଭିଯୋଗ ଆଣିଛନ୍ତି ।

ସୂଚନା ଯେ, ବିଧାନସଭା ସମ୍ମୁଖରେ ଡିଜେଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଦମ୍ପତି । ଆତ୍ମାହୁତି ଉଦ୍ୟମ ବେଳେ ପୋଲିସ୍ ସେମାନଙ୍କୁ କାବୁ କରିଥିଲା । ନିଜର ୫ ବର୍ଷର ଝିଅ ପରୀ ହତ୍ୟା ଘଟଣାରେ ନ୍ୟାୟ ଦାବିରେ ନୟାଗଡ ଜିଲ୍ଲା ଯଦୁପୁର ଗାଁର ଅଶୋକ ସାହୁଏବଂ ତାଙ୍କ ସ୍ତ୍ରୀ ସୌଦାମିନୀ ମଙ୍ଗଳବାର ଦିନ ଆତ୍ମହୁତି ଉଦ୍ୟମ କରିଥିଲେ । ଏହି ଘଟଣା ପରେ ‘ପରୀ’ ମୃତ୍ୟୁ ପ୍ରସଙ୍ଗରେ ବିଧାନସଭାରେ ବିରୋଧୀ ବିଜେପି ଓ କଂଗ୍ରେସ ସଦସ୍ୟମାନେ ଗୃହ ରାଷ୍ଟ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରିଥିଲେ । ହୋ-ହଲ୍ଲା ଭିତରେ ଆସନ୍ତାକାଲି ଗୃହ ରାଷ୍ଟ୍ରମନ୍ତ୍ରୀ ବିବୃତି ଦେବାକୁ ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ରୁଲିଂ ଦେଇଥିଲେ । ବିରୋଧୀ ଦଳମାନେ ପଚାରିଥିବା ୪ଟି ପ୍ରସଙ୍ଗରେ ବିବୃତି ଦେବାକୁ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି । ଘଟଣା କେମିତି ଘଟିଲା ,୩ ମାସ ତଳେ ଏଫଆଇଆର ଦେଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ କଣ ନିଆଯାଇଛି , ସୁରକ୍ଷା ସତ୍ୱେ ପରୀର ବାପା ମା କେମିତି ଆସିଲେ ଏବଂ ସେମାନେ ନୟାଗଡ ଜିଲ୍ଲାର ଜଣେ ମନ୍ତ୍ରୀଙ୍କ ନାମ ନେଇଛନ୍ତି । ଏହି ୪ ଟି ବିନ୍ଦୁ ଉପରେ ଗୃହରାଷ୍ଟ୍ରମନ୍ତ୍ରୀ ବିବୃତି ରଖିବେ ବୋଲି ବାଚସ୍ପତି ରୁଲିଂ ଦେଇଥିଲେ ।  ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଥିଲେ ଜଣେ ମନ୍ତ୍ରୀଙ୍କ ଲୋକ ମାରିଥିବା ପରିବାର ଲୋକ କହୁଛନ୍ତି । ହତ୍ୟା ପଛରେ ମନ୍ତ୍ରୀଙ୍କ ହାତ ରହିଛି । ମନ୍ତ୍ରୀଙ୍କ କ’ଣ ସଂପୃକ୍ତି ରହିଛି? ତାହା ଉପରେ ଗୃହରାଷ୍ଟ୍ର ମନ୍ତ୍ରୀ ଉତର ରଖନ୍ତୁ । ଏହାଛଡ଼ା ଘଟଣା ସଂପର୍କରେ ଗୃହରେ ମୁଖ୍ୟମନ୍ତ୍ରୀ ମଧ୍ୟ ଉତର ରଖନ୍ତୁ । ବିଜେପି ସଦସ୍ୟ ଜୟନାରାୟଣ ମିଶ୍ର , ବିଷ୍ଣୁ ସେଠୀ ଏବଂ ମୋହନ ଚରଣ ମାଝୀ ମଧ୍ୟ ସମାନ ପ୍ରସଙ୍ଗ ଉଠାଇଥିଲେ ।

ସେହିପରି ‘ପରୀ’ ମୃତ୍ୟୁ ପ୍ରସଙ୍ଗରେ ବିଧାନସଭାରେ ଉଦ୍‌ବେଗ ପ୍ରକାଶ କରିଛି କଂଗ୍ରେସ । ଦଳର ବରିଷ୍ଠ ନେତା ନରସିଂହ ମିଶ୍ର, ସନ୍ତୋଷ ସିଂ ସାଲୁଜା, ତାରା ବାହିନୀପତି କହିଥିଲେ ଯେ ନୟାଗଡ଼ ପରୀ ହତ୍ୟାକାଣ୍ଡରେ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କ ସଂପୃକ୍ତି ଅଭିଯୋଗ ହେଉଛି । ଗୃହ ରାଷ୍ଟ୍ରମନ୍ତ୍ରୀ ବିଧାନସଭାରେ ବିବୃତି ରଖନ୍ତୁ । ପୁଲିସ ନ୍ୟାୟ ଦେଲାନି ବୋଲି ନୟାଗଡ଼ରୁ ଆସି ପ୍ରତିବାଦ କରୁଛନ୍ତି । ଏଥିପାଇଁ ଦାୟୀ କିଏ, ପୁଲିସ କାହିଁକି ଚୁପ୍ ବସିଛି ବୋଲି ପ୍ରଶ୍ନ କରିଛନ୍ତି ତାରା ବାହିନୀପତି । ମଙ୍ଗଳବାର ଦିନ ଅଶୋକ ଏବଂ ସୌଦାମିନୀ ଜୟଦେବଭବନ ଆଡୁ ରବୀନ୍ଦ୍ରମଣ୍ଡପ ଆଡେ ଚାଲିଚାଲି ଯାଉଥିବା ବେଳେ ହଠାତ୍ ହାତରେ ଧରିଥିବା ବୋତଲରୁ ଡିଜେଲ୍ ନିଜ ଉପରେ ଢାଳିବାକୁ ଲାଗିଥିଲେ । ସେଠାରେ ଉପସ୍ଥିତ ଥିବା ପୋଲିସ୍ ଅଧିକାରୀ ଠିକ୍ ସମୟରେ ସେମାନଙ୍କ ଠାରୁ ଡିଜେଲ୍ ବୋତଲ ଛଡାଇବା ସହ ସେମାନଙ୍କୁ କାବୁ କରିଥିଲେ । ଅପରପକ୍ଷରେ ଉଭୟ ଦମ୍ପତି ଅଭିଯୋଗ କରିଛନ୍ତି ଯେ ଆମ ୫ ବର୍ଷର ଝିଅକୁ ଅପହରଣ କରି ନେଲେ । ଆଖି ଓ କିଡନୀ ତାଡ଼ି ନେଇ ତାକୁ ମାରିଦେଲେ । ଦେଖୁ ଦେଖୁ ୪ ମାସ ବିତି ଗଲାଣି । ପୁଲିସ୍ ନିକଟରେ ଗୁହାରି କଲେ ପୁଲିସ୍ ଶୁଣୁନି । ନ୍ୟାୟ ପାଇଁ ଯିବାରୁ ନିର୍ଯାତନାର ଶିକାର ହେଉଛୁ । ସେମାନେ ଆହୁରି କହିଛନ୍ତି ଯେ ଅଭିଯୁକ୍ତ ମନ୍ତ୍ରୀ ଅରୁଣ ସାହୁଙ୍କ ପାଖଲୋକ । ସେଥିପାଇଁ ମନ୍ତ୍ରୀ ତାଙ୍କୁ ସୁରକ୍ଷା ଦେଉଥିବା ସେମାନେ ଅଭିଯୋଗ କରିଛନ୍ତି ।

‘ପରୀ’ର ମା’ ସୌଦାମିନୀ ସାହୁ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ମନ୍ତ୍ରୀଙ୍କ ପାଖ ଲୋକ ବାବୁଲି ନାଏକ ହିଁ ମୋ ଝିଅକୁ ମାରିଛି । ୪ ମାସ ହେଲା ଅଭିଯୁକ୍ତଙ୍କୁ ଧରୁନି ପୁଲିସ୍ । ଆମେ ନ୍ୟାୟ ମାଗିବାରୁ ଆମକୁ ଗାଁରୁ ବିଦା କରୁଛନ୍ତି । ମୋ ଝିଅକୁ ମାରି ଫିଙ୍ଗି ଦେଲେ, ଆମେ କାହିଁକି ଆଉ ବଂଚିବୁ? ବୋଲି ସେ କହିଛନ୍ତି । ସୌଦାମିନୀଙ୍କ କହିବା ଅନୁଯାୟୀ ଗତ ଜୁଲାଇ ମାସରେ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ପରୀକୁ ଅପହରଣ କରାଯାଇଥିଲା । ଖୋଜାଖୋଜି କରି ନପାଇବାରୁ ସେମାନେ ଥାନାରେ ଏତଲା ଦେଇଥିଲେ । କିଛି ଲାଭ ନହେବାରୁ ଜିଲ୍ଲାପାଳ, ଏସ୍‌ପିଙ୍କୁ ଭେଟିଥିଲେ । ଦୁଇ ସପ୍ତାହ ପରେ ବସ୍ତାରେ ବନ୍ଧା ହୋଇଥିବା ହାଡ଼ ଘର ବାଡ଼ିପଟୁ ମିଳିଥିଲା ।

Spread the love